ଦର ବଢୁଛି କଣ ପାଇଁ ?ଭାରତ ରେ 115 ପାକିସ୍ତାନ ରେ 63 ଟଙ୍କା !

ଫୋକସ ପ୍ଲସ (ବ୍ୟୁରୋ ) 9.04.2022:ୟୁକ୍ରେନ ଓ ରୁଷିଆ ଯୁଦ୍ଧ ହେବାଯୋଗୁ ତୈଳ ଦର ଆକାଶଛୁଆଁ ହୋଇଛି l ପ୍ରତେକ ଦିନ ଦର ବଢୁଛି l ଏମିତି କେଉଁ ଦିନ ନାହିଁ ଯେଉଁ ଦିନ ତେଲ ଦର ବୁଦ୍ଧି ହୋଉ ନଥିବ l ଭାରତ ପେଟ୍ରୋଲିୟମ କମ୍ପାନୀ ପ୍ରତେକ ଦିନ ଦର ବୁଦ୍ଧି କରୁଛନ୍ତି l ଭାରତରେ ପେଟ୍ରୋଲ ଦର ଏବେ 115 ରହିଥିବା ବେଳେ ଡିଜେଲ ଦର ପାଖାପାଖି 100 ରହିଛି l ସେପରି ପାକିସ୍ତାନ ରେ ବର୍ତମାନ ସମୟରେ 63 ଟଙ୍କା ରହିଛି l ଏପରିକି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ରେ ତୈଳ ଦର 76 ଟଙ୍କା ,ବାଂଲାଦେଶ ରେ 79 ଟଙ୍କା ରେ ବିକ୍ରି ହେଉଛି ପେଟ୍ରୋଲ l ଭୂଟାନ ରେ 86 ଟଙ୍କା ପେଟ୍ରୋଲ ଦର ରହିଥିବାବେଳେ ନେପାଳ ରେ 97 ଟଙ୍କା ରେ ବିକ୍ରି ହେଉଛି ପେଟ୍ରୋଲ l

ଏପରି ନିୟମିତ ଭାବରେ ପେଟ୍ରୋଲ ଡିଜେଲ ଦର ବୁଦ୍ଧି ସାଧାରଣ ଲୋକ ଙ୍କ ଉପରେ ପ୍ରଭାବ ପକାଉଛି l ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ଏ ନେଇ ସିଧାସଳଖ ଭାବରେ ଆନ୍ତର୍ଜାତିକ ବଜାର କୁ ହିଁ ଦାୟୀ ଦେଇଛନ୍ତି l ଏପରି ଯଦି ଧାରାବାହିକ ଭାବରେ ଚାଲି ରହେ ନିହାନ୍ତି ଭାବରେ ପେଟ୍ରୋଲ 130 ଟଙ୍କା ହୋଇଯିବ l

Leave a Reply

Your email address will not be published. Required fields are marked *