ଦଳିତ ପରିବାର କାଟୁଛନ୍ତି ବନ୍ଦୀ ଜୀବନ

ଫୋକସ ପ୍ଲସ (ଗୋପ)୨୪/୦୬/୨୦୨୨: ଅଭିଯୋଗ କଲେ ସହାୟତା ପାଇବା ପାଇଁ, କିନ୍ତୁ ସହାୟତା ପାଇବା ପରିବର୍ତ୍ତେ ପୋଲିସ ଦେଖାଇଲା ଦବଙ୍ଗ ଗିରି । ଘରକୁ ଯାତାୟାତ ପାଇଁ ଥିବା ମାଟି ରାସ୍ତା ଉପରେ ଜେସିବି ଲଗାଇ ମାଟି ରାସ୍ତା କୁ ମାଟିରେ ମିସାଇଲା। ଏହାର ପ୍ରତିବାଦ ରେ ଗୋପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଲେ ଗୋପ ଜଙ୍ଗଲ ଭୁରି ପଞ୍ଚାୟତ ଛଅ ନମ୍ବର ୱାର୍ଡ ର ଦଳିତ ଲୋକେ । ସ୍କୁଲ ପିଲା ଙ୍କ ଠାରୁ ଆରମ୍ଭ କରି ମହିଳା, ବୟସ୍କ ବ୍ୟକ୍ତି ମାନେ ଗୋପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୋଗ ନୁସାରେ ଉକ୍ତ ଗ୍ରାମର ଲୋକେ ପାଞ୍ଚ ଦିନ ଧରି ଘରୁ ପଦା କୁ ବାହାରି ପାରୁ ନାହାଁନ୍ତି ୧୦ ରୁ ଉର୍ଦ୍ଧ୍ବ ଦଳିତ ପରିବାର । ଗୋପ ଜଙ୍ଗଲ ଭୁରି ପଂଚାୟତ ଛଅ ନମ୍ବର ୱାର୍ଡ ଦଳିତ ସାହିର ଯାତାୟତ ବାଟ କୁ ନିଜ ଜମି କହି ବାଡ଼ ପକାଇ ରାସ୍ତା ଅବରୋଧ କରିଥିଲେ ।ଯାହା ପାଇଁ ପାଞ୍ଚ ଛଅ ଦିନ ହେବ ଘରୁ ପଦାକୁ ବାହାରି ପାରୁନାହିଁନ୍ତି ଏହି ଦଳିତ ପରିବାର ଲୋକ ମାନେ । ନିଜ ଜମି କହିଘର ସମ୍ମୁଖରେ ବାଡ଼ ପକାଇ ରଖି ଥିବାରୁ ପିଲାମାନଙ୍କ ବିଦ୍ୟାଳୟ ଯିବା ତ ଦୂରର କଥା ଲୋକେ ବଜାର କୁ ଯାଇ ପାରୁ ନଥିବା ଅଭିଯୋଗ ହୋଇ ଆସିଛି। ଏ ନେଇ ଗୋପ ତହସିଲଦାର,ବିଡ଼ିଓ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରି ନଥିଲା। ଗତକାଲି ଦଳିତ ମାନଙ୍କ ଅଭିଯୋଗ କୁ ଗୁରୁତ୍ୱ ଦେଇ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ସ୍ଥାନୀୟ ତହସିଲଦାର ଓ ପୋଲିସ । ପରିସ୍ଥିତି ଅନୁଧ୍ୟାନ କରିବା ପରେ ଦଳିତ ଲୋକ ମାନଙ୍କ ନିମନ୍ତେ ସ୍ଥାୟୀ1 ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ଏହି ରାସ୍ତା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ମାତ୍ର ପୋଲିସ ବାବୂ ମାନଙ୍କୁ ହାତ କରି ମାଟି ରାସ୍ତା କୁ ଜେସିବି ଲଗାଇ ପୋଲିସ ନଷ୍ଟ କରି ଦେବାରୁ ଦଳିତ ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ପ୍ରଶାସନ ର ମନମୁଖୀ କାର୍ଯ୍ୟ ର ପ୍ରତିବାଦ କରି ଆଜି ଗୋପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି । ଦାବୀ ରାସ୍ତା ନ ହେବା ପର୍ଯ୍ୟନ୍ତ ଏଭଳି ବିକ୍ଷୋଭ ପ୍ରଦର୍ଶନ ଜାରୀ ରହିବ ବୋଲି ଦଳିତ ଲୋକେ ଚେତାବନୀ ଦେଇଛନ୍ତି ।

ଗୋପ ରୁ ମୃତୁଞ୍ଜୟ ମହାପାତ୍ର ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *