ଦଳିତ ପରିବାର କାଟୁଛନ୍ତି ବନ୍ଧୀ ଜୀବନ

ଫୋକସ ପ୍ଲସ (କୋଣାର୍କ)୧୦/୦୭/୨୦୨୨ : ରାସ୍ତା ଯନ୍ତ୍ରଣାର 24 ଦିନ ପରେବି ସ୍ଥାନୀୟ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ନିରବକୁ ନେଇ 17 ଜଣ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।ଏବେବି 10 ଦଳିତ ପରିବାର କାଟୁଛନ୍ତି ବନ୍ଧୀ ଜୀବନ।ଏ କେଉଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ।ଏ ହେଉଛି ଖୋଦ୍ ପୁରୀ ଜିଲ୍ଲା ଗୋପ ବ୍ଳକ ଜଙ୍ଗଲ ବୋରୀ ପଞ୍ଚାୟତ ର ଛଅ ନମ୍ବର ୱାର୍ଡ 10 ଦଳିତ ପରିବାରଙ୍କ କଥା। ଆଜକୁ 24 ଦିନ ହେବ କାଟୁଛନ୍ତି ବନ୍ଦୀ ଜୀବନ। ସବୁ ଜାଣିସୁଣି ମଧ୍ୟ ଜିଲ୍ଲା ପ୍ରଶାସନ ନିରବ ନେଇ ଏବେ ଉଠିଛି ପ୍ରଶ୍ନ।ଯାହା ଫଳରେ 17 ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ଉବୁଟୁବୁ।ସବୁଠାରୁ ବଡ କଥା। ଆଜକୁ 24 ଦିନ ହେବ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଦେଖିନାହାନ୍ତି ଛାତ୍ରଛାତ୍ରୀ । ପାଠପଢା ରେ ବି ସବୁ ବନ୍ଦୀ। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ କୋଭିଡ୍ ଯୋଗୁଁ 3ବର୍ଷ ପାଠପଢା ବନ୍ଦ ଥିଲା,ଏବେ ଦାଉ ସାଜିଛି ରାସ୍ତା ଚତୃପାର୍ସରୁ ବନ୍ଦୀ ଜୀବନ କାଟୁଛନ୍ତି 17 ଜଣ ଛାତ୍ରଛାତ୍ରୀ।ଖାଲି ସେଥିକି ନୁହେଁ। ପରିବା ପତ୍ର ଆଣିବା ବନ୍ଦ, ମେଡିକାଲ ଯିବା ବନ୍ଦ,ମଜୁରୀ ଯିବାବି ବନ୍ଦ,ଶେଷରେ ଘରୁ ବାହାରିବା ମନା।ଭୋକ ଉପାସରେ କାଟୁଛି ଜୀବନ।ଏ ନେଇ ସ୍ଥାନୀୟ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ବସିଛନ୍ତି 10 ଦଳିତ ପରିବାର 24 ଦିନରୁ ଅଧିକ ଦିନ ହେବ 17 ଛାତ୍ରଛାତ୍ରୀଙ୍କ ସ୍କୁଲ ନଯାଇ ପାଠପଢା ବନ୍ଦ କରି ଏବେ ଘରେ। କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସବୁବେଳେ କହି ଆସୁଛନ୍ତି।ଗାଁ କୁ ପକା ରାସ୍ତା ଯୋଗାଇ ଦେବାପାଇଁ। ହେଲେ ଏଠି ସବୁ ଫେଲେ ମାରିଛି। ପକାରାସ୍ତା ଟିଏ ଦେଖିବା ଦୂରର କଥା ମାଟି ରାସ୍ତା ସାତସପନ ପାଲଟିଛି 10 ଦଳିତ ପରିବାରଙ୍କ ପାଇଁ। ସେପଟେ ରାଜ୍ୟ ସରକାର ଙ୍କ ତରଫରୁ ଘୋଷଣା କରାଯାଇଛି ମା ସମ୍ମାନ ଓ ଗାଁ କୁ ରାସ୍ତା କିନ୍ତୁ ରାଜ୍ୟସରକାର ଙ୍କ ସଫଳ ରୂପାୟନ ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଜଙ୍ଗଲବୋରୀ ଗ୍ରାମ ପଞ୍ଚାୟତ ର ୬ନମ୍ୱର ୱାର୍ଡ ର ଦଳିତ ସାହିରେ।
ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ଗୋପ ତହସିଲଦାର,ବିଡ଼ିଓ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁନାହିଁ । ଗତ 23/6/2022 ରେ ଗୋପ ତହସିଲଦାର ଓ ଗୋପ ପୋଲିସ ଘଟଣା ସ୍ଥାନରେ ପହଞ୍ଚି 10 ଦଳିତ ପରିବାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। 4ଦିନ ମଧ୍ୟରେ ଅସ୍ତାଇ ରାସ୍ତା ଯୋଗାଇ ଦେବା ପାଇଁ। ହେଲେ ତହସିଲଦାର ଦେଇଥିବା କଥା ପାଣି ଫୋଟକା ପାଲଟିଗଲା। ଗୋପ ତହସିଲି ଅଫିସ ଘେରାଉ କରିବା ପରେ। ଅତିରିକ୍ତ ତହସିଲଦାର ଦାବିପତ୍ର ନେବା ସହ ୫ଦିନ ସମୟ ନେଇଥିଲେ। ତାହା ମଧ୍ୟ ହୋଇ ପାରିଲା ନାହିଁ। ରାସ୍ତା ବିନା 17 ଜଣ ଛାତ୍ରଛାତ୍ରୀ ଯିବନ ଏବେ ଅନ୍ଧାରକୁ ଠେଲି ହେଉଛି। ଏଥିପାଇଁ ଦାଇ ରହିବ କିଏ। ରାଜ୍ୟ ସରକାର ନା ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ? ଏ ପ୍ରଶ୍ନ 17 ଜଣ ଛାତ୍ରଛାତ୍ରୀ ଙ୍କର।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକାସ ପ୍ଲସ ।

Leave a Reply

Your email address will not be published. Required fields are marked *