ଦଶପଲ୍ଲା ବିଜେଡ଼ିର ଅସନ୍ତୁଷ୍ଟ କର୍ମୀଙ୍କ ସାହାରା ଶ୍ରୀହରି

ଫୋକସ ପ୍ଲସ(ନୟାଗଡ଼)୨୯/୦୮/୨୦୨୨: ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ଦୁଇ ଫାଳ |ଦଶପଲ୍ଲା ବିଜୁ ଜନତା ଦଳ ର କାର୍ଯ୍ୟ କଳାପ କୁ ନେଇ ଉଠିଲା ବିଦ୍ରୋହର ସ୍ୱର |ଅସନ୍ତୁଷ୍ଟ କର୍ମୀ ଙ୍କ ବିରୋଧ ରେ ଏବେ ଛାନିଆ ହେଲେଣି ଦଶପଲ୍ଲା ବିଧାୟକ ରମେଶ ବେହେରା |ପ୍ରଥମେ ନୟାଗଡ଼ ତାପରେ ପୁରୀ ରେ ଅସନ୍ତୁଷ୍ଟ କର୍ମୀ ଙ୍କ ବିରୋଧୀ ସମିଳନୀ ବୈଠକ ପରେ ଏବେ ଚର୍ଚ୍ଚା ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ |ବିଜୁ ଜନତା ଦଳ ର ଗଡ଼ କୁହାଯାଉଥିବା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଏବେ ଗଡ଼ ଭୁଶୁଡିବାକୁ ବସିଲାଣି |ଏ ଘଟଣା ପରେ ଏବେ ଉଭୟ ସପକ୍ଷ୍ୟ ଓ ବିରୋଧୀ କର୍ମୀ ଙ୍କ ମଧ୍ୟରେ ଛକପଞ୍ଝା ଦେଖିବାକୁ ମିଳିଛି |ଟିକେ ଭଲ ଭାବରେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ ଇଏ ହେଉଛନ୍ତି ଶହ ଶହ ସଂଖ୍ୟକ ବିରୋଧୀ ବିଜେଡ଼ି କର୍ମୀ |ନୟାଗଡ଼ ପରେ ପୁରୀ ରେ ପୁଣି ଦଶପଲ୍ଲା ବିଜୁ ଜନତା ଦଳ କୁ ସଂଗଠନ କରିବାକୁ କରୁଛନ୍ତି ମିଟିଂ |
ସବୁଠାରୁ ବଡ଼ କଥା ହେଉଛି ଦଶପଲ୍ଲା ରେ ବାରମ୍ବାର ଗୋଷ୍ଠୀ କନ୍ଦଳ ହେଉ ଥିବା ବେଳେ ଏହାର ପଛଦ ପଟ ରେ କାହାର ହାତ ଅଛି ତାହାକୁ ନେଇ ଏବେ ସାଧାରଣ ରେ ଉଠିଛି ପ୍ରଶ୍ନ? ଦଶପଲ୍ଲା ରେ ବିଜେଡ଼ି ଭଲ କାମ କରୁଥିବା ବେଳେ କଣ? ପାଇଁ ବିଜେଡ଼ି କର୍ମୀ ଙ୍କ ମଧ୍ୟରେ ହେଉଛି ଅସନ୍ତୋଷ |ଏପଟେ ଦଶପଲ୍ଲା ବିଧାୟକ ଙ୍କ ଲୋକପ୍ରିୟତା ଓ ବିକାଶ ମୂଳକ କାର୍ଯ୍ୟ କୁ ସହି ନପାରି ବିରୋଧୀ ଏଭଳି କାମ କରୁଥିବା ଆଲୋଚନା ହେଉଛି |ତେବେ ଦେଖିବାକୁ ଅପେକ୍ଷା କେବେ ହେଉଛି ଏହାର ଅନ୍ତ କେବେ ହେଉଛି କେବେ ସୁଧୁରୁଛି ଦଶପଲ୍ଲା ବିଜେଡ଼ି ର କର୍ମୀ ଙ୍କ ମନରେ ବିରୋଧ ର ଚିନ୍ତା |

ନୂଆଗାଁରୁ ବିରଞ୍ଚି ନାରାୟଣ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *