ଦଶମ ଶ୍ରେଣୀର ଛାତ୍ରୀ ମୃତ୍ୟୁ ଘଟଣା ,ହତ୍ୟା କରିକୁ ଗିରଫ ଦାବି

ଫୋକସ ପ୍ଲସ(ଗୋଲାମୁଣ୍ଡା)୨୫/୦୮/୨୦୨୨: ଗୋଲାମୁଣ୍ଡାର ଦଶମ ଶ୍ରେଣୀର ଦଳିତ ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସମ୍ମୁଖରେ ଆଜି ବିଜେପି ଅନୁସୂଚିତ ଜାତି ଓ ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଘୋଟିଆ ଗାଁର ଜଣେ ଦଶମଶ୍ରେଣୀ ନାବାଳିକା ଛାତ୍ରୀ ଗତ ୧୬ ତାରିଖ ମଙ୍ଗଳବାର ଦିନ ସ୍କୁଲକୁ ଯାଇଥିଲେ । ସ୍କୁଲ ଖାଇଛୁଟି ହେବା ପରେ ମଧ୍ୟାହ୍ନ ୧୨ଟାରେ ସହପାଠୀନି ମାନଙ୍କ ସହିତ ଘରକୁ ଖାଇବା ପାଇଁ ଆସୁଥିଲେ । ଆସିବା ବାଟରେ ଜଣେ ଯୁବକ ନାବାଳିକାଙ୍କୁ ଅଟକାଇଥିଲା ଓ ପରେ ନିଖୋଜ ହୋଇ ଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ନାବାଳିକାଙ୍କ ମୃତ ଦେହ ଠାବ ହୋଇଥିଲା ।ଗୋଟିଏ ପଟେ ନାବାଳିକା ଆତ୍ମହତ୍ୟା କରିଥିବା ନେଇ ପୁଲିସ କହୁଥିବା ବେଳେ ପରିବାର ଲୋକେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ଶବକୁ ଦୁଇ ଦିନ ପରେ ବ୍ୟବଚ୍ଛେଦ କରାଯାଇଛି ,ତେଣୁ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଲୁଚା ଯାଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରୁଥିବା ବେଳେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଗତ ୧୭ ତାରିଖରେ ପୁଲିସ ଦଫା ୩୦୭ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସୁରଜ ହଂସ ନାମକ ଜଣେ ଯୁବକଙ୍କୁ ଦଫା ୩୦୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି |ହତ୍ୟା କରିଥିବା ଦୋଷୀ ମାନଙ୍କୁ ଗିରଫ କରିବା , ଘଟଣାର ସିବିଆଇ ତଦନ୍ତ ଓ ପରିବାରକୁ କ୍ଷତିପୂରଣ ଦାବୀନେଇ ଆଜି ଗୋଲାମୁଣ୍ଡା ଥାନା ସମ୍ମୁଖରେ ବିଜେପି ଅନୁସୂଚିତ ଜାତି ଓ ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *