ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ଫୋକସ ପ୍ଲସ (ଅସ୍ତରଙ୍ଗ)୨୫/୦୭/୨୦୨୨: ଓଡ଼ିଶା ରେ ଜନ୍ମ ଓଡ଼ିଶା ରମାଟି ପାଣି ପବନରେ ତିଆରୀ ହୋଇ ଏପେଟ ଚାଖଣ୍ଡକ ପାଇଁ ପରିବାର ର ଭରଣ ପୋଷଣ ପାଇଁ । ପୁଅ ଟିଏ ତା ବାପ ମା ଙ୍କୁ ଛାଡି ଭାଇ ବଂଧୁ କୁଟୁମ୍ବ ଙ୍କୁ ଭୁଲି ଚାଲିଯାଏ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ । ହେଲେ ଏବେ ବି ଦାଦନ ଖଟୁଥିବା ଶ୍ରମିକର ସବ ଓଡିଶାକୁ ବୁହା ଚାଲିଛି । କେଉଁଠି ବାପ ମାଙ୍କର କୋଳ ଶୂନ୍ୟ ହୋଇପଡୁଛି ତ କେଉଁଠି ସ୍ତ୍ରୀ ର ମଥାରୁ ସିନ୍ଦୂର ହାତରୁ ଶଙ୍ଖା ଉଯୁଡି ଯାଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କୋରଣା ପଞ୍ଚାୟତ ଅନ୍ତର୍ଗତ ନଟରା ଗ୍ରାମରେ ସୁନାକର ପରିଡ଼ାଙ୍କ ପରିବାରରେ ।ସୁନାକର ଙ୍କ ବଡ ପୁଅ ଦୀପକ ରଞ୍ଜନ ପରିଡା କିଛି ଦିନ ତଳେ ପୁନେ ସହରକୁ ଯାଇଥିଲେ କାମ କରିବାକୁ ।ପୁନେ ସହରର ଭୀଶ୍ରାନ୍ତବାଡି ରେ ଏକ ଠିକା ସଂସ୍ଥା ରେ ପଟାସେଟ୍ରୀଙ୍ଗି କାମରେ ନିୟୋଜିତ ଥିଲେ । ସାଙ୍ଗ ମାନଙ୍କ ସହିତ ଦୀପକ ସେହି ଠିକା କମ୍ପାନୀ ରେ ରହୁଥିଲେ।ହେଲେ ହଠାତ୍ ଦିନେ ଦୀପକ ସକାଳୁ କେଉଁ ଆଡେ ଚାଲିଯାଇଥିଲେ। ସାଙ୍ଗସାଥୀ ମାନେ ଖୋଜାଖୋଜି କରିବା ପରେ ସେଠାରେ ନିରାଶ ହୋଇଥିଲେ ସାଙ୍ଗ ସାଥି ମାନେ । ଦୀପକ ର ନିଖୋଜ ହେବା ଘଟଣା କମ୍ପାନୀ ଓ ପରିବାର କୁ ଜଣାଇଥିଲେ ସାଙ୍ଗମାନେ। ପରିବାର ଲୋକ ପୁନେ ଯାଇ ପୋଲିସ ରେ ଅଭିଯୋଗ କରିଥିଲେ। ସ୍ଥାନୀୟ ପୋଲିସର ସହାୟତା ଲୋଡ଼ିଥିଲେ। ପୋଲିସ ଦୀପକର ନିଖୋଜ ହେବାର କଥାକୁ ନେଇ ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭି ରେ ସକାଳୁ ଦୀପକ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା।ହେଲେ ସେଠାରୁ କୈାଣସି ଖବର। ପାଇନଥିଲା ସ୍ଥାନୀୟ ପୋଲିସ। ପରିବାର ଲୋକେ ନିରାଶ ହୋଇ। ଅସ୍ତରଙ୍ଗ ଥାନା ରେ 20/7/22ରେ ଏକ ଲିଖିତ ଅଭିଯୋଗ କରିଥିଲେ ଦୀପକ ଙ୍କ ବାପା ସୁନାକର ପରିଡ଼ା । ହେଲେ ଆଜିକୁ ୭ଦିନ ହେଲା ପୁଅର ନିଖୋଜ ହେବା କଥା କୁ କେହି ସୁଣୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।ଏଠି ପ୍ରଶ୍ନ ଉଠୁଛି ଓଡ଼ିଶାର ଶ୍ରମିକ ମାନେ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଘରକୁ ସବ ହୋଇ ଫେରିବା ଏହା କଣ ଓଡ଼ିଶାର ଶ୍ରମିକ ମାନଙ୍କ ଭାଗ୍ୟରେ ଲେଖା ହୋଇ ରହିଛି ।ଦେଖିବାକୁ ବାକି ରହିଲା ଦୀପକ କେବେ ଫେରିବ ବାପ ମା ଙ୍କ କୋଳକୁ କେବେ ତଦନ୍ତ ଆରମ୍ଭ କରିବ ଅସ୍ତରଙ୍ଗ ପୋଲିସ |

ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *