ଦାରା ସିଂ କୁ ଭେଟିବା ପାଇଁ ଜେଲ ସମ୍ମୁଖରେ ଧାରଣା

ଫୋକସ ପ୍ଲସ (କନ୍ଦୁଝର): ୧୯୯୯ ମସିହା ମନହରପୁରରେ ଗ୍ରାହାମ୍ ଷ୍ଟେନ୍ ପୋଡ଼ି ମାମଲା ରେ ଦିର୍ଘ ୨୧ ବର୍ଷ ହେଲା ଦେଲ ଦଣ୍ଡ ଭୋଗୁଥିବା ଦାରା ସିଂଙ୍କୁ ଭେଟିବା ପାଇଁ ସୁଦର୍ଶନ ରାଷ୍ଟ୍ର ନିର୍ମାଣ ର ସଭାପତି ତଥା ଶୁଦର୍ଶନ ଟିଭି ନ୍ୟୁଜର ମୁଖ୍ୟ ଶୁରେଶ ଚୌହାଙ୍କେ ଓ ତାଙ୍କର ସହଯୋଗୀ ମାନଙ୍କ ସହ ଜିଲା କାରାଗାର ଆସିଥିବା ସମୟରେ ଜେଲ କର୍ତ୍ତୃପକ୍ଷ ଦେଖା କରିବା ପାଇଁ ନ ଦେବାରୁ ଜିଲ୍ଲା କାରାଗାର ସମ୍ମୁଖରେ ଥିବା ତ୍ରୀରଙ୍ଗା ତଳେ ଧାରଣାରେ ବସିଥିବା ବେଳେ ତାଙ୍କ ସହ ସଦର ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମଧ୍ୟ ଧାରଣାରେ ବସିଥିଲେ I

ପ୍ରକାଶ ଯୋଗ୍ୟ ଯେ ୧୯୯୯ ମସିହା ଜାନୁଆରୀ ୨୩ ତାରିଖ ଦିନ ମନୋହର ପୁର ରେ ଅଷ୍ଟ୍ରେଲିଆ ର କ୍ରିଷ୍ଟିୟାନ ମିସ୍ନାରୀ ର ଗ୍ରାହାମ ଷ୍ଟେନ୍ ତାଙ୍କର ୨ ପୁଅ ଫିଲିପ୍ ଓ ଟିମୋଥି ଏକ ଗାଡ଼ି ଭିତରେ ବିଶ୍ରାମ ନେଉଥିବା ବେଳେ ତାଙ୍କ ଗାଡିକୁ ପୋଡ଼ି ଦିଆଯାଇଥିଲା , ସେଥି ରେ ଉକ୍ତ ୩ ଜଣ ମୃତ୍ୟୁବରଣ କରିଥିଲେ । ଯାହାକି ସେ ସମୟର ଆନ୍ତର୍ଯାତୀୟ ଖବର ପାଲଟି ଯାଇଥିଲା |ସେହି କେସ ରେ ଦାରା ସିଂଙ୍କୁ ୨୧ ବର୍ଷ ହେଲା ଜେଲ୍‌ଦଣ୍ଡ ଭୋଗୁଛନ୍ତି, ଆଜି କେନ୍ଦୁଝର ଜିଲା କାରାଗାରରେ ତାଙ୍କୁ ଭେଟିବା ପାଇଁ ଶୁଭାଶ ଚୌହାଙ୍କେ ଙ୍କୁ ଦେଖା ହେବା ପାଇଁ ଯାହାସବୁ ପ୍ରକାର କାଗଜପତ୍ର ଦେବା ସତ୍ତ୍ୱେ ଅନୁମତି ଦିଆ ନଜିବାରୁ ସଦର ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ବସି ଚନ୍ତି । ତେବେ ଦାରାଙ୍କ ସହ ଦେଖା ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବା କଥା କହିଛନ୍ତି ମୋହନ |

କନ୍ଦୁଝରରୁ ଲୋକନାଥ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *