ଦିନକୁ ଦିନ ବଢିବାରେ ଲାଗିିଛି ଗଞ୍ଜେଇ ଚାଷ

ଫୋକସ ପ୍ଲସ 28/11/22 (ନୂଆଗାଁ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିିଛି ଗଞ୍ଜେଇ ଚାଷ ଓ ଚାଲଣ ।ରାଜ୍ୟ ଓ ରାଜ୍ୟ ବାହାରୁ ଆସି କିଛି ଗଞ୍ଜେଇ ମାଫିଆ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଲୋଭିତ କରି ଜିଲ୍ଲାରେ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଥିବା ଦେଖିବାକୁ ମିଳିଛି ।ଯାହାଫଳରେ କି ଯୁବଗୋଷ୍ଠି ରାତା ରାତି ଅଧିକା ଟଙ୍କା ଉପାର୍ଜନ କରିବାକୁ ଏହାକୁ ମାଧ୍ୟମ କରି ପନିପରିବା ଚାଷ ଛାଡି ଏହି ଗଞ୍ଜେଇ ଚାଷରେ ମାତିଥିବା ଜଣାପଡିଛି ।ପୋଲିସ ଅବକାରୀ ବିଭାଗ ବିଭିନ୍ନ ସମୟରେ ସ୍ବତନ୍ତ୍ର ଟିମ ଗଠନ କରି ଚଢାଉ ଜାରି ରଖିବା ସହିତ ଗଞ୍ଜେଇ ମାଫିଆ ମାନଙ୍କୁ ଜେଲ ମଧ୍ୟ ପଠାଉଛନ୍ତି ତଥାପି ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚାଲଣ ବନ୍ଦ ହେବାରେ ନା ଧରୁନି।ଏମିତିକି ଗଞ୍ଜେଇ ମାଫିଆ ମାନେ ବେଲ୍ ରେ ଆସି ପୁଣି ଗଞ୍ଜେଇ ବେପାରରେ ସଂପୃକ୍ତ ରହୁଥିବା ନଜିର ଅଛି ।ଗତକାଲି କନୂଆଗାଁ ବ୍ଳକ ଅନ୍ତର୍ଗତ ସିତ୍ତିଗୁଡା ପଞ୍ଚାୟତର କୁଡୁପାକିଆ,ଗୁଞ୍ଜିଗାଁ,ସ୍ବଣ୍ଣପୁର ଅଞ୍ଚଳରେ କନୂଆଗାଁ ପୋଲିସ ଓ ବାଲିଗୁଡା ଅବକାରୀ ବିଭାଗ ମିଳିତରେ ଅପ୍ରେସନ ନିଳ ଜହର ଆରମ୍ଭ କରାଯାଇଥିଲା ।ଏହି ଅପ୍ରେସନ ନିଳ ଜହର ବେଳେ ସିତ୍ତିଗୁଡା,ଗୁଞ୍ଜିଗାଁ,ସ୍ବଣ୍ଣପୁର ଅଞ୍ଚଳରୁ ୧୩୫ଏକର ରୁ ଉର୍ଦ୍ଧ ସ୍ଥାନରୁ ଗଞ୍ଜେଇ ଗଛ ପୋଡି ନଷ୍ଟ କରିଥିଲା ବାଲିଗୁଡା ଅବକାରୀ ବିଭାଗ ଓ କନୂଆଗାଁ ପୋଲିସ ଟିମ ।ଯାହାର ଆନୁମାନିଙ୍କ ମୂଲ୍ୟ ଏକ କୋଟି ଟଙ୍କା ହେବ ।ଏହି ନିଳଜହର ଅପ୍ରେସନ ମାଜିଷ୍ଟେଟ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ଜଣାପଡିଛି ।ଆଗକୁ ଅପ୍ରେସନ ନିଳଜହର ଚାଲୁରହିବ ବୋଲି ସୂଚନା ମିଳିଛି।ଗୁଡା ଅବକାରୀ ବିଭାଗରେ ମିଳିତ ତତ୍ବାବଧାନରେ ଚାଲିଛି ଅପ୍ରେସନ ନିଳଜହର।

Leave a Reply

Your email address will not be published. Required fields are marked *