ଦିନ ଦ୍ବିପହରେ ଲୁଟିଲେ ସୁନା ଦୋକାନ

ଫୋକସ ପ୍ଲସ(ବଲାଙ୍ଗିର)୦୭/୦୮/୨୦୨୨ : ଶୁକ୍ରବାର ପାଟଣାଗଡ଼ ସହରର ମୁଖ୍ୟ ରାସ୍ତାରେ ଥିବା ଅମୃତକଲସ ସୁନା ଅଳଙ୍କାର ଦୋକାନକୁ 6 ଜଣ ଦୁର୍ବୁତ ପଶି ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ କେଜିରୁ ଉର୍ଢ଼ ସୁନା ଗହଣା ସହ 40 ହଜାରରୁ ଉର୍ଦ୍ଧ ଟଙ୍କା ଏକ ସ୍ମାର୍ଟ ଫୋନ ଓ ସିସିଟିଭିର ହାଡ଼ର୍ଦିସ ଲୁଟି ନେଇଥିବା ଜଣାପଡିଛି। ଖବର ପାଇ ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସବୁ ଦିନ ପରି ଦୋକାନ ମାଲିକ ମୁକେଶ ଜୈନ ତାଙ୍କ 2 ଜଣ କର୍ମଚାରୀ ସହ ଆସି ଦୋକାନ ଖୋଲି ବସି ଥିଲେ । ଅପରାହ୍ନ 4ଘଣ୍ଟା 30 ମିନିଟ ସମୟରେ 6 ଜଣ ଦୁର୍ବୁତ 2 ଟି ପଲସର ବାଇକରେ ଆସି ଦୋକାନ ମଧ୍ୟକୁ ପଶି ମାଲିକକୁ ଶକ୍ତ ଆଘାତ କରିଥିଲେ। ଦୃବୁତ ମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ। ଏ ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାର ଧମକ ଦେଇଥିଲେ। ଆଖି ପିଛୁଳାକେ ଗହଣା ଭର୍ତି ବେଗ ସହ ବାଇକରେ ପଳାଇବା ଉଦ୍ୟମ କରିଥିଲେ। ତେବେ ଦୋକାନ ମାଲିକ କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଧସ୍ତାଧସ୍ତି କରି ବନ୍ଧୁକ ଦେଖାଇ ଫେରାର ମାରିଥିଲେ ।

ପାଟଣାଗଡ଼ରୁ ଗଣେଶ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *