ଫୋକସ ପ୍ଲସ (ଏଭିବି): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ । ବାପା ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠି । ବାପା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ଗାଁ ଲୋକଙ୍କ ଲୁଗା ପଟା ସଫା କରି ପରିବାର ପୋଷୁଥିଲେ ।ମୁନା ସାଙ୍ଗ ସାଥି ମାନଙ୍କ ଆର୍ଥିକ ସହଯୋଗରେ ରେଭେନ୍ସାରେ ବାଣିଜ୍ୟରେ ସ୍ନାତକ ପାସ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ପାଇଁ ନାମ ଲେଖାଇ ଥିଲେ । ହେଲେ ସ୍ୱାସ୍ଥ୍ୟଗତ କାରଣରୁ ପିଜି ପରୀକ୍ଷା ଦେଇ ପାରିନଥିଲେ । ପରେ ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହୋଇଥିଲେ ।୨୦୨୦-୨୧ ମସିହା ସିଭିଲ ସର୍ଭିସ ପରୀକ୍ଷାରେ ୭୬ ତମ ସ୍ଥାନ ହାସଲ କରିଛନ୍ତି ମୁନା ।
ଯାହାକୁ ନେଇ ଗାଁରେ ସାଙ୍ଗ ସାଥୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।ଅଭାବ ଅନଟନ ଭିତରେ ରହି ଛୋଟ ଛୋଟ ପିଲାଙ୍କୁ ଟିଉସନ କରି ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି। ନିଜର କଷ୍ଟ ପୂର୍ଣ୍ଣ ଜୀବନକୁ ବେଶ ପାଖରୁ ବୁଝି ପାରିଛନ୍ତି ମୁନା । ଯାହାକି ଆଗାମୀ ଦିନରେ ଓଡିଶା ପ୍ରଶାସନିକ ସେବାରେ ନିଯୁକ୍ତି ପରେ ଲୋକଙ୍କ ସେବା କରିବାକୁ ଗର୍ବ ଅନୁଭବ କରୁବେ ବୋଲି ପ୍ରକାଶ କରିଛନ୍ତି ।
ଏଭିବିରୁ ଆଶିଷ ପଣ୍ଡାଙ୍କ ରିପୋର୍ଟ