ଦିବ୍ଯାଙ୍ଗ ଚିତ୍ରଶିଳ୍ପୀ

ଫୋକସ ପ୍ଲସ (ବସ୍ତା)୧୩/୦୭/୨୦୨୨ : ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା , ଯାହା ପ୍ରମାଣ କରି ଦେଖାଇଛନ୍ତି ଦିବ୍ଯାଙ୍ଗ ବାଳିକା ନିଳୀମା ସିଂ , ଜନ୍ମ ରୁ ହାତ ଗୋଡ ଅଚଳ ହୋଇଯାଇ ଥିବା ବେଳେ ବିନା କୌଣସି ପ୍ରଶିକ୍ଷଣ ରେ ଗୋଡ ରେ ଆଙ୍କି ପାରୁଛନ୍ତି ଅତି ସୁନ୍ଦର ଏବଂ ଚମତ୍କାର ଚିତ୍ରକଳା , ଯିଏ ବି ତାଙ୍କ ଚିତ୍ର କଳା ଦେଖିବ ଘଡିଏ ଅଟକି ଯିବ , ତାଙ୍କର ପ୍ରତ୍ଯେକ ଟି ଚିତ୍ର ସତେ ଯେମିତି ଜୀବନ୍ତ ଭଳି ଲାଗିଥାଏ , ଯାହା ପାଇଁ ଆଜି ସେ ସମସ୍ତଙ୍କର ପ୍ରଶଂସା ର ପାତ୍ର ପାଲଟିଛନ୍ତି , ବସ୍ତା ବ୍ଲକ ଅନ୍ତର୍ଗତ କୁସିଦା ଗ୍ରାମର ଶିବ ପ୍ରସାଦ ସିଂ ଙ୍କ ଝିଅ ନିଳୀମା ସିଂ, ଦିବ୍ଯାଙ୍ଗ ହୋଇ ଜନ୍ମ ହୋଇଥିବା ରୁ ଜନ୍ମ ରୁ ଦୁଇଟି ଯାକ ହାତ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି , ଗୋଟିଏ ଗୋଡ ର ପଞ୍ଝା ନଥିବାରୁ ଠିକ ରେ ଚାଲବୁଲ କରି ପାରନ୍ତି ନାହିଁ , ଯାହା ଫଳରେ ସ୍କୁଲ କୁ ଯାଇ ନପାରିବାରୁ ଅଧାରୁ ପାଠ ପଢା ରେ ଡୋରି ବନ୍ଧା ହେଲା , ପରିବାର ର ଆର୍ଥିକ ସମ୍ବଳ ନଥିବାରୁ ନିଳୀମା ଙ୍କ ଚିକିତ୍ସା ମଧ୍ଯ କରାଇ ପାରି ନଥିଲେ ପରିବାର ଲୋକେ , ଏତେ ସବୁ ପରେ ବି କାହା ଉପରେ ନିର୍ଭର କରନ୍ତି ନାଂହି ନିଳୀମା , ଗୋଡ ସାହାଯ୍ଯ ରେ ନିଜର ନିତ୍ଯକର୍ମ ସହ ଖାଇବା , ମୁଣ୍ତ କୁଣ୍ତାଇବା , ଡ୍ରେସ ପିନ୍ଧିବା ଇତ୍ଯାଦି ସମସ୍ତ କାର୍ଯ୍ଯ କରି ପାରନ୍ତି , ଏସବୁ ପରିବର୍ତ୍ତେ ନିଳୀମା ଙ୍କ ପାଖରେ ରହିଛି ଅନ୍ଯ ଗୋଟିଏ ପ୍ରତିଭା ,ସବୁଠୁ ଆଶ୍ଚର୍ଯ୍ଯ ର କଥା ବିନା କୌଣସି ପ୍ରଶିକ୍ଷଣ ରେ ଗୋଡ ସାହାଯ୍ଯ ରେ ଖୁବ ସୁନ୍ଦର ଏବଂ ଚମତ୍କାର ଚିତ୍ର ଆଙ୍କି ପାରୁଛନ୍ତି ନିଳୀମା , କାନ୍ଥ ବାଡ ରେ ଲାଗିଥିବା ଫଟୋ , କିମ୍ବା ଟିଭି ପରଦା ରେ କୌଣସି ଚିତ୍ର ଦେଖି ସେ ଗୋଡ ସାହାଯ୍ଯ ରେ ଅବିକଳ ଚିତ୍ର ଆଙ୍କି ପାରୁଛନ୍ତି , ଏହି ଚିତ୍ରକଳା ବ୍ଯତୀତ ସେ ଗୋଡ ରେ ଖୁବ୍ ସୁନ୍ଦର ମେହେନ୍ଦି ମଧ୍ଯ ଲଗାଇ ପାରନ୍ତି , ସେଥିପାଂଇ ବାହାଘର ଏବଂ ବିଭିନ୍ନ ପର୍ବ ପର୍ବାଣୀ ରେ ମେହେନ୍ଦି ଆଙ୍କିବା ପାଂଇ ନିଳିମା ଙ୍କ ପାଖରେ ଭିଡ ଜମୀଥାଏ , ଦିବ୍ଯାଙ୍ଗ ହୋଇ ଥିଲେ ବି ଦୃଢ ଇଚ୍ଛାଶକ୍ତି ପାଂଇ ଆଜି ସେ ସମସ୍ତଙ୍କ ର ପ୍ରଶଂସା ର ପାତ୍ର ପାଲଟିଛନ୍ତି |

ଶିବ ପ୍ରସାଦ ସିଂ ଙ୍କ ଦୁଇ ପୂଅ ଏବଂ ଦୁଇ ଝିଅ ମଧ୍ଯ ରୁ ନିଳୀମା ସବୁଠୁ ସାନ , ଦିବ୍ଯାଙ୍ଗ ହୋଇ ଜନ୍ମ ହୋଇଥିବା ରୁ ଝିଅ ର ଏପରି ଅବସ୍ଥା ଦେଖି ସେ ବେଶୀଦିନ ବଞ୍ଚିବ ନାଂହି ବୋଲି ଡାକ୍ତର କହିଥିଲେ , ମାତ୍ର ଭଗବାନ ଙ୍କ ଆଶୀର୍ବାଦ ରୁ ନୀଳିମା କୁ ଏବେ 25 ବର୍ଷ , ଦିବ୍ଯାଙ୍ଗ ଭତ୍ତା ବ୍ଯତୀତ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁ ନଥିବାରୁ ବହୁ କଷ୍ଟରେ ଦିନ କାଟୁଛନ୍ତି , ଅର୍ଥାଭାବ ଯୋଗୁଂ ତାଙ୍କ ପାଖରେ ଲୁଚି ରହିଥିବା ପ୍ରତିଭା କୁ ପରିପ୍ରକାଶ କରି ପାରୁ ନାହାନ୍ତି | ଯଦି ନିଳୀମା ଙ୍କୁ ଏ ଦିଗରେ ପ୍ରଶିକ୍ଷଣ ଦିଆ ଯାଇ ପାରନ୍ତା ତାହାଲେ ତାଙ୍କ ପାଖରେ ଲୁଚି ରହିଥିବା ପ୍ରତିଭା କୁ ସେ ପରିପ୍ରକାଶ କରି ପାରନ୍ତେ , ତେବେ ନୀଳିମାର ଦୃଢ ଇଚ୍ଛା ଶକ୍ତି ଦେଖି ସରକାରୀ ସ୍ତର ରେ ସମସ୍ତ ସହାୟାତା ଯୋଗାଇବା ପାଂଇ ପ୍ରୟାସ କରିବେ ବୋଲି କହିଛନ୍ତି ବସ୍ତା ପଞ୍ଚାୟତ ସମିତି ଅଧ୍ଯକ୍ଷା ଅଞ୍ଜଳୀ ଦାସ |

ବସ୍ତାରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *