ଦିବ୍ୟାଙ୍ଗ କରୁଛନ୍ତି ରାସ୍ତା ମରାମତି

ଫୋକସ ପ୍ଲସ(କଳାହାଣ୍ଡି): ଏ ରାସ୍ତା ହେଉଛି କଳାହାଣ୍ଡି ଜିଳ୍ଲା ଧର୍ମଗଡ଼ ବ୍ଳକ ଡୁମେରଗୁଡା ପଞ୍ଚାୟତର କେରମୁଣ୍ଡା ଠାରୁ ଯୋରପଡାକୁ ସଂଯୋଗ କରୁଥିବା ରାସ୍ତାର ଦୃଶ୍ୟ। ଯାହାକୁ ଜଣେ ଦିବ୍ୟାଙ୍ଗ ହାତରେ ଫଉଡ଼ା ଧରି ଗୁରୁଣ୍ଡି ଗୁରୁଣ୍ଡି ମରାମତି କରୁଛନ୍ତି ।ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ଯୋରପଡା ଗାଁର ଆଜନ୍ମ ଦିବ୍ୟାଙ୍ଗ ଗଣେଶ ନାଏକ। ବୟସ ୩୫ବର୍ଷ |ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ବୃଦ୍ଧ ବାପା ମାଙ୍କ ସହ ଛୋଟ ସାନଭାଇ କୁ ନେଇ ପରିବାର ବୋଝ ମୁଣ୍ଡାଇଛନ୍ତି ଗଣେଷ।ସେ ନିଜ ବାଡିରେ ନିଜେ ଚାଷ କରିଥିବା ପନିପରିବା ସହ ଗାଁ ରୁ ଗୋଦାମରୁ ପରିବା କିଣି ନିଜ ଟ୍ରାଇସାଇକେଲ ଯୋଗେ ସ୍ଥାନିୟ ବଜାରକୁ ଯାଇ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଏହି ରାସ୍ତାରେ ଯାତାୟାତ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡେ।

ଏହି ଖାଲଢିପ ରାସ୍ତାରେ ଯାତାୟାତ ସମୟରେ ପଡିଯାଇ ଖଣ୍ଡିଆ ଖାବରା ବି ହୋଇଛନ୍ତି ଗଣେଷ ନାଏକ।ଏଣୁ ନିଜେ ସ୍ଥାନିୟ ପଞ୍ଚାୟତ ଅଫିସ୍ ଠାରୁ ବ୍ଳକ ଅଫିସ ପର୍ଯ୍ୟନ୍ତ ଏବଂ, ଜନପ୍ରତିନିଧି ମାନଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା କାମ ହୋଇପାରିଲା ନାହିଁ। ଶେଷରେ ବାଧ୍ୟହୋଇ ନିଜେ ଫୋଉଡା ଧରି ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ସଜାଡି ପ୍ରଶାସନ ଓ ପ୍ରତିନିଧି ଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିଛନ୍ତିଏହି ଦିବ୍ୟାଙ୍ଗ ଯୁବକ।ଦିବ୍ୟାଙ୍ଗ ଯୁବକ ଗଣେଶ ଏତାଦୃଶ କାର୍ଯ କୁ ସ୍ଥାନିୟ ଅଞ୍ଚଳରେ ପ୍ରଶଂସା କରିବା ସହ ପ୍ରଶାସନକୁ ସମାଲୋଚନା ର ଶିକାର ହେବାକୁ ପଡ଼ିଛି।

ଧର୍ମଗଡ଼ରୁ ସେତୁରାମ ଭକ୍ତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *