ଦିବ୍ୟାଙ୍ଗ ଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ l

ଫୋକସ ପ୍ଲସ 14/12/2022(ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ରୁଜୁ ହୋଇଥିବା ମାମଲା ଯାହାକି ଗତ ୨୦୨୧ ମସିହା ଜୁଲାଇ ୨୯ତାରିଖ ଅପରାହ୍ଣ ସମୟରେ ବିଶୋଇ ଥାନା ଅଧୀନ ଏକ ଗ୍ରାମର ଜଣେ ଭିନ୍ନକ୍ଷମ ମହିଳା ଘର ପଛ ପଟେ ବାସନ ମାଜୁଥିବା ବେଳେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲା। ଏ ନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦୀପକ କୁମାର ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଦର୍ଶାଇଛନ୍ତି। ଏନେଇ ସରକାରୀ ଓକିଲ ପଙ୍କଜ ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *