ଦିବ୍ୟାଙ୍ଗ ବନେଇ ଦେଲା ଟାଟା ପାୱାର

ଫୋକସ ପ୍ଲସ(ଦେବଗଡ଼) ୨୭/୦୭/ ୨୦୨୨:ଦିବ୍ୟାଙ୍ଗ ବନେଇ ଦେଲା ଟାଟା ପାୱାର l ବିଦ୍ୟୁତ ବିଭାଗର ଖାମାଖିଆଲି ମନୋଭାବ ପାଇଁ ଆଜି ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟିଗଲା ସାତ ବର୍ଷର ନିରୀହ ଶିଶୁ l ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ୭ ବର୍ଷ ଶିଶୁ ମୁନା ମାଝୀ, ଉତ୍ସାହର ସହ ରଥଯାତ୍ରାକୁ ଯାଇଥିଲେ କାଳିଆ ସାଆନ୍ତେଙ୍କୁ ଟିକେ ଦେଖିବା ପାଇଁ, ହେଲେ ବିଦ୍ୟୁତ ବିଭାଗ ଏହି ନିରୀହ ଶିଶୁର ଦୁଇ ୨ଟି ଟି ହାତ ଛଡାଇ ନେଇଛି l ବୁଢାପାଳ ଇଲେକ୍ଟ୍ରି ଷ୍ଟ୍ରକଚରରୁ ବାହାରିଥିବା 11KV ର ବିଦ୍ୟୁତ ତାର ମୁନାଙ୍କ ଶରୀରରେ ଲାଗିଯିବାରୁ ଏମିତି ଦୁର୍ଦଶା ଭୋଗୀବାକୁ ପଡିଛି ମୁନାଙ୍କୁ l ଟାଟା ପାୱାରର ବେଖାତିର କାମ ପାଇଁ ଆଜି ଏମିତି ପରିଣାମ ସାମ୍ନା କରିଛନ୍ତି ମୁନା ଓ ତାଙ୍କ ପରିବାର l ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ବିଦ୍ୟୁତ ଆଘାତ ଲାଗିବା ପରେ ଅପରେସନରେ ମୁନାଙ୍କ ୨ଟି ହାତକୁ କଟାଇ ଦିଆଯାଇଛି l ବିଚାର ଶିଶୁଟି କଷ୍ଟ ସହି ନ ପାରି ବିଛଣାରେ ପଡି ଛଟପଟ ହେଉଛି l ମୁନା ଜୀବନରେ ରଖିଥିବା ସବୁ ସ୍ବପ୍ନ ଆଜି ମାଟିରେ ମିଶି ଯାଇଛି l ଏବେଠୁ ସବୁଦିନ ପାଇଁ ବିନା ହାତରେ ଜୀବନ ଜିଇଁବ ନିରୀହ ମୁନା ମାଝୀ l ମୁନାଙ୍କ ବାପା ହେଉଛନ୍ତି ଜଣେ ଦିନ ମଜୁରିଆ, ଦିନେ ଖଟିଲେ ଦିନେ ଖାଇବେ ଆଉ ଏମିତି ପୁଅର ଏହି ଅବସ୍ଥା ଦେଖି ଧର୍ଯ୍ୟ ହରା ହୋଇପଡିଛନ୍ତି l ଅନ୍ୟପଟେ ମାନବିକତା ଦେଖାଇ ଏଭଳି ପରିସ୍ଥିତିରେ ମୁନାଙ୍କ ପାଖରେ ଛିଡା ହୋଇଛନ୍ତି ଦେବଗଡ଼ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ l ମୁନା ଏବେ ହାଇଟେକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ରୋମାଞ୍ଚ ରଞ୍ଜନ l ମୁନାଙ୍କୁ ସିନା ଆଉ ତାଙ୍କ ହାତ ଫେରାଇ ଦେଇପାରିବେ ନାହିଁ କିନ୍ତୁ ଏବେ ତାଙ୍କୁ ଭଲ ଭାବେ ସୁସ୍ଥ କରେଇବାରେ ସବୁ ପ୍ରକାରର ସୁବିଧା ଓ ସହଯୋଗ ଯୋଗାଇ ଦେବେ ବୋଲି ରୋମାଞ୍ଚ ବିଶ୍ୱାଳ ପ୍ରତିଶୃତି ଦେଇଛନ୍ତି l

Leave a Reply

Your email address will not be published. Required fields are marked *