ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ବାରମ୍ବାର ଦାବି ପରେବି ମିଳୁନି ସରକାରୀ ସହାୟତା

ଫୋକସ ପ୍ଲସ 4/3/23(ବୋରିଗୁମ୍ମା): ଅବହେଳିତ ପରିବାରର ୩ଜଣ ଦିବ୍ୟଙ୍ଗ ଭାଇଭଉଣୀ ।। ବାରମ୍ବାର ଦାବି ପରେବି ମିଳୁନି ସରକାରୀ ସହାୟତା ।। ।।ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି ୩ଦିବ୍ୟଙ୍ଗ ଭାଇ ଭଉଣୀ ।। ବିଭିନ୍ନ ସ୍ତରରେ ସରକାରୀ ସହାୟତା ପାଇଁ ନିବେଦନ କରି ସାରିବା ପରେ ମଧ୍ୟ ପାଇ ପାରୁ ନାହାଁନ୍ତି ସରକାରୀ ସୁବିଧା ସୁଯୋଗ ।। ଦିବ୍ୟଙ୍ଗ ମାନନଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ସରକାର ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭିନ୍ନ କ୍ଷମ ଭୀମ ଭୋଇ ଶିବିର ଠାରୁ ଅଭିଯୋଗ ଶୁଣାଣି ଭଳି କାର୍ଯ୍ୟକ୍ରମ ଆରମ୍ଭ କରି ଲୋକଙ୍କ ନିକଟତର ହୋଇ ପ୍ରଶଂସା ସାଉଁଟିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । କିନ୍ତୁ ଗୋଟିଏ ଭିନ୍ନକ୍ଷମ ପରିବାର ପାଖରେ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଧିଷ୍ଟ କୋଣସି ଯୋଜନା କିମ୍ବା ସହାୟତା ପହଁଚି ପାରି ନାହିଁ । ଏହି ଭଳି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଂଚାୟତ ସମିତି ବୋଡିଗାଁ ପଂଚାୟତ ତକିଗୁଡା ଗ୍ରାମରୁ ।।
ବୋଡିଗାଁ ପଂଚାୟତ ତକିଗୁଡା ଗ୍ରାମ ଜାନିସାହିର ସ୍ବର୍ଗତ ଦୟା ରନ୍ଧାରୀଙ୍କ ପରିବାର ।ସ୍ବର୍ଗତ ଦୟା ରନ୍ଧାରୀ ଓ ତାଙ୍କ ପତ୍ନୀଙ୍କ 6ବର୍ଷ ତଳେ ସ୍ୱର୍ଗବାସ ହୋଇଯାଇଛି । ତାଙ୍କର ୬ଜଣ ପୁଅ ଝିଅ ଏବେ ଘରେ ଥିବା ବେଳେ ବଡ଼ ପୁଅ ବଇଦ ରନ୍ଧାରୀ ବିବାହ କରି କୁଲି ମଝୁରି କରି ନିଜର ପରିବାର ପୋଷଣ କରିବାରେ କଷ୍ଟ ହୋଇ ପାଡୁଛି । ସେପଟେ ତାଙ୍କର ୫ଭାଇ ଭଉଣୀ ମଧ୍ୟରୁ ଜଣେ ଭାଇ ଓ ଦୁଇ ଭଉଣୀ ଜନ୍ମରୁ ଦିବ୍ୟଙ୍ଗ ହୋଇ ଘରେ ରହିଛନ୍ତି । ସାନ ଭାଇ ନନ୍ଦ , ସୁଭଦ୍ରା ଓ ଜୟନ୍ତୀ ଦିବ୍ୟଙ୍ଗ ହୋଇଥିବା ବେଳେ ଏମାନଙ୍କ ପରିବାର ଚାଳିବାରେ ଏବେ ଅର୍ଥ ବାଧକ ସୋଇଛି । ଦିବ୍ୟଙ୍ଗ ନନ୍ଦ ଉପରେ ଆଉ ଦୁଇ ଦିବ୍ୟଙ୍ଗ ଭଉଣୀ ଦୟନୀୟ ଅବସ୍ଥାରେ ଝାଟି ମାଟି ଘରେ ରହି ଜୀବନ ସହ ସଂଘର୍ଷ କରୁଥିବା ଦେଖା ଦେଇଛି । ସେମାନଙ୍କୁ ଆଜି ପର୍ଯ୍ୟନ୍ତ ବିକଲାଙ୍ଗ ଭତ୍ତା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଟିଏ ମଧ୍ୟ ମିଳି ପାରିନାହିଁ । ସାନ ଭାଇ ଦିବ୍ୟଙ୍ଗ ହୋଇ ମଧ୍ୟ ପରିବାର ଭରଣ ପୋଷଣ ପାଇଁ ସିଲେଇ ମେସିମ ଚଳାଇ ଦିନକୁ ୧୫୦ ରୁ ୨୦୦ଟଙ୍କା ହେଲେ ଚୂଲି ଜଳୁଛି । ଏହି ଦିବ୍ୟଙ୍ଗ ଭାଇ ଭଉଣୀଙ୍କ ପାଇଁ ଅନେକ ଥର ବିଭିନ୍ନ ସ୍ତରରେ ଗୁହାରି କଲେ ମଧ୍ୟ କେହି ଏମାନଙ୍କ କଥା ବୁଝି ପାରୁ ନାହାନ୍ତି ବୋଲି କହିଛନ୍ତି ପରିବାରର ମୁଖ୍ୟ ବଡ଼ ଭାଇ ବୈଦ୍ୟ ରନ୍ଧାରୀ ଏବଂ ଦିବ୍ୟଙ୍ଗ ଭାଇ ଭଉଣୀ ।

ସେପଟେ ଏମାନଙ୍କ ଦୁଃଖ ଦୂର କରିବା ପାଇଁ ବୋରିଗୁମ୍ମା ବ୍ଲକ ପ୍ରଶାସନ ପାଖରେ ଅନେକ ଥର ଗୁହାରି କଲେ ମଧ୍ୟ ଏମାନଙ୍କୁ କିଛି ବି ସାହାଯ୍ୟ ସହାୟତା ମିଳିନଥିବାରୁ ଯଥା ଶୀଘ୍ର ଏମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ଏବଂ ବୋଡିଗାଁ ସମିତି ସଭ୍ୟା ବୈଜନ୍ତି ମୁଦୁଲି ।

ସରକାର ଲୋକାଭିମୁଖୀ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ଏସବୁ ଯୋଜନା କେତେ ପହଞ୍ଚି ଗରିବ ଗୁରୁବାଙ୍କ ଦୁଃଖ ଦୂର ହେଉଛି ଏହି ପରିବାରକୁ ଦେଖିଲେ ଅନୁମେୟ ହେଉଛି । କେବେ ଏହି ଖବର ପ୍ରସାରଣ ପରେ ସ୍ଥାନୀୟ ବରୀଗୁମ୍ମା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କେବେ ଏହି ପରିବାର ପାଖରେ ପହଞ୍ଚି ସହାୟତା ଯୋଗାଇ ଦେବେ ତାକୁ ହିଁ ଦେଖିବା ବାକି ରହିଲା

ବୋରିଗୁମ୍ମାରୁ ମାନସ ରଂଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ ।।

Leave a Reply

Your email address will not be published. Required fields are marked *