ଫୋକସ ପ୍ଲସ 12/4/23(ଯାଜପୁର): କଥାରେ ଅଛି ଦୃଢ଼ ଇଛାଶକ୍ତି ଆଗରେ ହାର୍ ମାନେ ସବୁକିଛି।ନିଜର ଦୁଇ ଗୋଡ଼ ଅଚଳ ହେବା ପରେ ବାସ୍କେଟ୍ ବଲ୍ ଖେଳି ଜାତୀୟ ସ୍ତରରେ ଆଣିଛନ୍ତି ଅନେକ ସଫଳତା l ଆମେ କହୁଛୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କଲଣ ଗାଆଁ ର ସରୋଜ ସାହୁଙ୍କ କଥା ।ଆର୍ଥିକ ଅନଟନ ଦେଇ ଗତି କରୁଥିବା ସରୋଜ ଏବେ ଜଳଖିଆ ଦୋକାନ କରି ନିଜର ପରିବାର ଚଳାଇ ଥାଆନ୍ତି l ସ୍ତ୍ରୀ ପିଲାଙ୍କୁ ନେଇ ଚାଲିଥିଲା ତାଙ୍କର ହସ ଖୁସିର ସଂସାର ।ଅଷ୍ଟମରୁ ପାଠପଢ଼ା ସାରି ଝାଡ଼ଖଣ୍ଡରେ ହୋଟେଲ୍ ବ୍ୟବସାୟ କରୁଥିଲେ ସରୋଜ ।2017 ମସିହାରେ ନିଜ ଗାଆଁରେ ଓଉ ତୋଳିବା ପାଇଁ ଗଛକୁ ଚଡ଼ିବା ସମୟରେ ଗଛରୁ ପଡ଼ିଯିବାରୁ,ମେରୁଦଣ୍ଡରେ ଗୁରୁତର ଆଘାତ ଲାଗି ଗୋଡ଼ ଦୁଇଟି ଅଚଳ ହୋଇଯାଇଥିଲା ।ଏହା ପରେ ପରିବାର ଉପରେ ମାଡିଆସିଥିଲା ଦୁଃଖର କଳାବାଦଲ । ମାତ୍ର ଚିକିତ୍ସା ପାଇଁ ସରୋଜଙ୍କ ପତ୍ନୀ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସରୋଜ ଆଉ ପୂର୍ବ ଅବସ୍ଥାକୁ ଫେରିପାରି ନାହାନ୍ତି ।ପରିବାର ଚଳାଇବା ପାଇଁ ଏହି ଜାତୀୟ ସ୍ତରର ଖେଳାଳି ଏବେ ଜାରକା ବଜାର କୁମାରୀ ଗାଆଁରେ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।ପିଲା ଦିନରୁ ସରୋଜ ଙ୍କର ଖେଳ ପ୍ରତି ଆଗ୍ରହ ଥିବାରୁ ଭିନ୍ନକ୍ଷମତାକୁ ପଛରେ ପକାଇ ସରୋଜ ନିଜକୁ ସକ୍ଷମ ବୋଲି ପ୍ରମାଣ କରିବା ପାଇଁ ଅଣ୍ଟା ଭିଡିଥିଲେ ।ରାଜ୍ୟ ଏବଂ ଜାତୀୟ ସ୍ତରରେ ପଞ୍ଜାବ,ଦିଲ୍ଲୀ,ଚେନ୍ନାଇ ରେ ବାସ୍କେଟ ବଲ, ଯାଭଲିନ ଥ୍ରୋ,ଧନୁତୀର ଚାଳନା ରେ ସଫଳତା ପାଇବା ସହ ମାଳମାଳ ପଦକ ମଧ୍ୟ ପାଇଛନ୍ତି ।ତେବେ ନିଜର ଆର୍ଥିକ ସ୍ଥିତିକୁ
ସୁଧାରିବା ପାଇଁ ଜମାଟୋ ସଂସ୍ଥାରେ ଭୁବନେଶ୍ୱର ରେ କିଛିଦିନ ଡେଲିଭରି ବଏ ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ରାଜ୍ୟ ବାସ୍କେଟ୍ ବଲ ଟିମର ସଦସ୍ୟ ଅଛନ୍ତି ।ସରୋଜ ନିଜତିନିଚକିଆ ଗାଡ଼ିରେ 21 କିମି ଚଳାଇ ସଫଳତା ପାଇଥିବା ବେଳେ ଆଗକୁ 50 କିମି ଚଳାଇବା ପାଇଁ ଲକ୍ଷ ରଖିଛନ୍ତି ।ମାତ୍ର ଏଥିପାଇଁ ଅର୍ଥ ସାଜିଛି ବାଧକ । ଜମାଟୋ ତରଫରୁ ଲୋନରେ ମିଳିଥିବା ବ୍ୟାଟେରୀ ଗାଡ଼ିର କିସ୍ତି ସୁଝିପାରି ନାହାନ୍ତି ସରୋଜ କେତେବେଳେ ଯେ ଏହି ବ୍ୟାଟେରୀ ଗାଡ଼ିକୁ ଜମାଟୋ କତୃପକ୍ଷ ନେଇଯିବେ ତାହା ପୁଣି ଆହୁରି ଦୁଃଖ ବଢିଯିବ ତାଙ୍କର ।ଏବଂ ଖେଳ ରେ ଆହୁରି ଆଗକୁ ବଢିବାର ସ୍ବପ୍ନ ଅଧୁରା ରହିଯିବ । ଯଦି ସରକାର କିମ୍ବା କୌଣସି ସ୍ୱେଚ୍ଛା ସେବୀ ସଂଗଠନ ସରୋଜଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଲେ ନିଶ୍ଚୟ ସେ ଆହୁରି ଆଗକୁ ବଢ଼ିପାରନ୍ତେ।