ଦିର୍ଘ ବର୍ଷର ଅପେକ୍ଷା ପରେ ଗାଁକୁ ପକାରାସ୍ତା ଖଣ୍ଡେ ନିର୍ମାଣ ହେଉଛି।

ଫୋକସ ପ୍ଲସ୧୮/୧/୨୩(ଦଶମନ୍ତପୁର):ଦିର୍ଘ ବର୍ଷର ଅପେକ୍ଷା ଓ ଅଭିଯୋଗ ପରେ ଗାଁକୁ ପକା ରାସ୍ତା ଖଣ୍ଡେ ନିର୍ମାଣ ହେଉଛି। ଏଥିପାଇଁ ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଜାମୁର ଗାଁ ରାସ୍ତାର ଘଟଣା। ଦେଶ ସ୍ବାଧୀନତାରର ୭୫ ବର୍ଷ ପରେ ଏହି ଗ୍ରାମବାସୀ ପକା ରାସ୍ତାର ମୁହଁ ଦେଖିଛନ୍ତି। ସେଥିପାଇଁ ଜାମୁର ଗ୍ରାମ ବାସୀ ନୂଆ ପରିଚୟ ପାଇଥିବା ପ୍ରକାଶ କରିଛନ୍ତି। ସୂଚନା ମୁତାବକ ତତ୍କାଳୀନ ଏମ୍ ପି ଏବଂ ଏମ୍ ଏ ଏଲ୍ ଠାରୁ ଆରମ୍ଭ କରି ବହୁ ବାର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ରାସ୍ତା ଖଣ୍ଡେ ଗୁହାରି କରି ଆସୁଥିଲେ। କିନ୍ତୁ କୈାଣସି ସୁଫଳ ମିଳୁ ନଥିଲା। ହେଲେ ବର୍ତ୍ତମାନ ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନୀ ନିଜ ଅଞ୍ଚଳର ହୋଇଥିବା ରୁ ତାଙ୍କ ପ୍ରଚେଷ୍ଟା ବଳରେ ଏହି ଗ୍ରାମକୁ ପକା ରାସ୍ତା ସଂଯୋଗ ହୋଇପାରିଛି। ଯାହା ଦ୍ଵାରା ଛୋଟରୁ ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ଖୁସି ହୋଇଥିବା ଗ୍ରାମର ପ୍ରକାଶ ଖରା, ଦିବା ନନ୍ଦ ଖରା, ସନା ପରଜା, ହର୍ଷାନନ୍ଦ ଖରା,ଧବା ମୁଦୁଲି, ଖାନା ଖରା ମିନୁ ପରଜା ସମେତ ଗ୍ରାମବାସୀ ପ୍ରମୁଖ ପ୍ରକାଶ କରିଛନ୍ତି। ଗାଁ ଠାରୁ ମାତ୍ର ୪ କିମି ଦୂର ଗଦଳା ଗାଁ ଛକ ଯାଏଁ ପକାରାସ୍ତା ନ ଥିଲା। ଏଥିରେ ଗୁରୁତର ରୋଗୀମାନଙ୍କୁ ଓ ଗର୍ଭବତୀ ମହିଳା ମାନଙ୍କୁ ଭାର ବହି ଡାକ୍ତରଖାନା ନେବାକୁ ପଡ଼ୁଥିଲା। ରାସ୍ତା ଖରାପ୍ ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଯାଉ ନଥିଲା। ବର୍ତମାନ ପକା ରାସ୍ତା ନିର୍ମାଣ ହେବାରୁ ସମସ୍ତେ ଖୁସି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *