ଦିଲ୍ଲୀରେ ବଢ଼ିଲା କୋରନା କଟକଣା

ଫୋକସ ପ୍ଲସ(ବ୍ୟୁରୋ)୧୨/୦୮/୨୦୨୨: ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ହେତୁ ଦିଲ୍ଲୀ ସରକାର ମାସ୍କ ବଧ୍ୟତା ମୂଳକ କରିଛନ୍ତି । ତେବେ ମସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡ଼ିବ । ତେବେ ଘରୋଇ ୪ ଚକିଆ ଯାନରେ ଯାଉଥିବା ଲୋକମାନଙ୍କ ଉପରେ ଜୋରିମାନା ଲାଗୁ ହେବନି। କିନ୍ତୁ ଟ୍ୟାକ୍ସି, ଅଟୋ ଓ ବସ୍‌ରେ ମାସ୍କ ନ ପିନ୍ଧିଲେ ଜୋରିମାନା ଆଦାୟ କରାଯିବ।ଏଲଏନଜେପିଏନ ହସ୍ପିଟାଲରୁ ଓମିକ୍ରନର ନୂଆ ଭ୍ୟାରିଏଣ୍ଟ ଠାବ କରାଯାଇଛି। ଠାବ ହୋଇଥିବା ଓମିକ୍ରନର BA 2.75 ଭ୍ୟାରିଏଣ୍ଟ ଅନ୍ୟ ଷ୍ଟ୍ରେନ ଗୁଡ଼ିକ ତୁଳନାରେ ଅଧିକ ସଂକ୍ରାମକ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ସୁରେଶ କୁମାର କହିଛନ୍ତି। ତାଙ୍କର ଏହି ସୂଚନା ପରେ ସରକାର ପ୍ରଥମ ପଦକ୍ଷେପ ଭାବେ ମାସ୍କ ନିୟମକୁ କଡ଼ାକଡ଼ି କରିଛନ୍ତି।ବୁଧବାର ଦିଲ୍ଲୀରୁ ୨୧୪୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ଏଠାରେ ଟିପିଆର ୧୭.୮୩% ରହିଛି। ଗତ ୨୪ ଘଣ୍ଟାରେ କରୋନା ଆଉ ୮ ଜଣଙ୍କ ଜୀବନ ନେଇଛି। ଏହା ୧୮୦ ଦିନ ମଧ୍ୟରେ ସର୍ବାଧିକ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନିକଟରେ ଦିଲ୍ଲୀରେ ସଂକ୍ରମଣ ଚିନ୍ତା ଜନକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି କହିଥିଲେ। ଏଥିସହ ଏହାର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ।ଏଥିରେ କୁହାଯାଇଛି ଯେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି କେହି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *