କଳାହାଣ୍ଡି02/12/2023; କଳାହାଣ୍ଡି ଜିଲ୍ଲା ରେ ବର୍ତମାନ କିଛି ବ୍ୟକ୍ତି ସଫଲ ଗୁଟକା ର କଳାବଜାରୀ କରି ନିଜ ଆଧିପତ୍ୟ ଜାହିର କରୁଛନ୍ତି | କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣ ର ସଫଲ ଗୁଟକା ବିନା ବିଲ ରେ ବିକ୍ରି କରାଯାଉଥିବା ବେଳେ ଛୋଟ ଛୋଟ ଦୋକାନୀ ମାନଙ୍କୁ ମୋହରା କରି ପ୍ରତି ମାସରେ ପାଖାପାଖି 500 ରୁ ଉର୍ଦ୍ଧ ବସ୍ତା ସଫଲ ଗୁଟକା ବିନା ବିଲ ରେ ବିକ୍ରି ହେଉଛି | ଏପରିକି ପ୍ରତି ବର୍ଷ 5000 ରୁ ଉର୍ଦ୍ଧ ବସ୍ତା କେବଳ କଳାହାଣ୍ଡି ଜିଲ୍ଲା ରେ ବିକ୍ରି କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଆଶୁଛି | ଯାହାର ଆନୁମାନିକ ମୂଲ୍ୟ 6 କୋଟି 40 ଲକ୍ଷ ବୋଲି ଜଣାପଡିଛି | ସମ୍ବଲପୁର ସହରରୁ ଜଣେ ବ୍ୟକ୍ତି ଙ୍କ ପାଖରୁ ମାତ୍ରାଧିକ ପରିମାଣ ର ସଫଲ ଗୁଟକା କଳାହାଣ୍ଡି ଜିଲ୍ଲା ହିଲ ଟାଉନ ଅଞ୍ଚଳ ର ସନ୍ତୋଷ ସେନାପତି ଙ୍କ ପାଖକୁ ଆସୁଥିବା ସୂଚନା ଥିବା ବେଳେ ଗତ ମାସର ୨ ତାରିଖରେ ପ୍ରବର୍ତନ ନିର୍ଦେଶାଳୟ ର କମିଶନର ଓ କିଛି ଅଧିକାରୀ ସଫଲ କିଙ୍ଗ ସନ୍ତୋଷ ସେନାପତି ଙ୍କ ଗୋଦାମ ଏବଂ ଅଫିସ ରେ ଛାପା ପକେଇଥିଲେ ତାଙ୍କ ପାଖରୁ ଗୋଟିଏ ଲେଫଟପ ସମେତ କିଛି ଗୁରୁତ୍ୱପୂର୍ଣ ଫାଇଲ ମଧ୍ୟ ଜବତ କରିଥିଲେ | ହେଲେ ଘଟଣା ର ପାଖା ପାଖି ଏକ ମାସ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କାରଣରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି | ଏହାର ସୁଯୋଗ ନେଇ ସଫଲ ବ୍ୟବସାୟୀ ଜଣକ ସମଗ୍ର ଜିଲ୍ଲା ରେ ସଫଲ ଗୁଟକା ର କଳାବଜାରୀ କରି ତାଙ୍କ ଆଧିପତ୍ୟ ଜାହିର କରୁଥିବା ଶୁଣିବାକୁ ମିଳୁଛି | କିଛି ଦିନ ପୂର୍ବେ ୧୨୫/- ଟଙ୍କାରେ ବିକ୍ରି ହେଉଥିବା ସଫଲ ଗୁଟକା ବର୍ତ୍ତମାନ୍ ୧୩୦/- ଟଙ୍କାରେ ବିକ୍ରି କରାଯାଉଛି | ଏ ସମ୍ବନ୍ଧରେ ଏନ୍ଫୋର୍ସମେଣ୍ଟ କମିଶନର ସମୀର କୁମାର ମାଝୀ ଙ୍କୁ ଭବାନୀପାଟଣା ସ୍ଥିତ ତାଙ୍କ କାର୍ଯ୍ୟାଳୟ ଯାଇ ଘଟଣା ସମ୍ବନ୍ଧରେ ପଚାରି ବୁଝିବାରୁ ଜଣା ପଡିଛି ଜେ ତାଙ୍କ ପାଖରୁ ଗୋଟିଏ ଲେପଟପ ସହ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରାଯାଇଛି ଏବଂ ଏ ପର୍ଯ୍ୟନ୍ତ ସମସ୍ତ କାଗଜ ପତ୍ର ର ଯାଞ୍ଚ ଚାଲିଛି | ତେବେ କାଗଜ ପତ୍ର ଯାଞ୍ଚ ପାଇଁ ଆଉ କେତେ ଦିନ ସମୟ ଲାଗିବ ଦେଖିବାର ବାକି ରହିଲା |