ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ଅଷ୍ଟ୍ରେଲିଆ ।

ମୁମ୍ବାଇ18/11/2023; ଆସନ୍ତା ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ତେବେ ଭାରତ ଯେଉଁ ପ୍ରତିଶୋଧର ଅପେକ୍ଷାରେ ରହିଥିଲା ଶେଷରେ ସେହି ସମୟ ଆସି ପହଞ୍ଚିଛି । ଗତକାଲି ଦ୍ୱିତୀୟ ସେମିଫାଇନାଲରେ ସାଉଥ ଆଫ୍ରିକାକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ତେଣୁ ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ପ୍ରତିଯୋଗିତା କରିବାକୁ ଯାଉଛି କଙ୍ଗାରୁ ଦଳ । ୨୦୦୩ ମସିହାରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ୧୪୦ ରନର ବିସ୍ଫୋରକ ଅପରାଜିତ ଇନିଂସ ଯୋଗୁଁ କଙ୍ଗାରୁ ଦଳ ୨ ୱିକେଟ୍ ହରାଇ ୩୫୯ ରନ୍ ସ୍କୋର କରିଥିଲା। ଶେଷରେ ଭାରତୀୟ ଦଳ ମାତ୍ର ୨୩୪ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ତେବେ ଚଳିତ ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ଏକଦମ ଫର୍ମରେ ରହିଥିବା ବେଳେ ଏହା ଅଷ୍ଟ୍ରେଲିଆ ଉପରେ ଭାରି ପଡିପାରେ ବୋଲି କୁହାଯାଉଛି । ସେପଟେ ଅହମଦାବାଦରେ ବିଶ୍ବକପ ଫାଇନାଲ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave a Reply

Your email address will not be published. Required fields are marked *