ଦୁଇ ଥର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ,ହେଲେ ସ୍ଥାନ ପାଇଁ ନାହିଁ ଓଡ଼ିଶା |

ଭୁବନେଶ୍ୱେର ୧୪/୦୩/୨୦୨୪: ଦୁଇ ଥର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ | ହେଲେ ସ୍ଥାନ ପାଇଁ ନାହିଁ ଓଡ଼ିଶା | ବିଜେଡି-ବିଜେପି ମେଣ୍ଟକୁ ଅପେକ୍ଷା କରିଛି କି ଦଳ ? ମାର୍ଚ୍ଚ ପ୍ରଥମ ସପ୍ତାହରେ ପାଖାପାଖି 70 ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିବା ବୋଲି ଇଙ୍ଗିତ କରିଥିଲା କଂଗ୍ରେସ | ପ୍ରଗମନ ଆପ ଜରିଆରେ ପ୍ରଥମେ ଟିକେଟ କସରତ ଆରମ୍ଭ କରିଥିଲା କଂଗ୍ରେସ | ମାର୍ଚ୍ଚ ମାସର ଦ୍ଵିତୀୟ ସପ୍ତାହ ଶେଷ ହେବାକୁ ବସିଲାଣି ହେଲେ ଦଳ ପକ୍ଷରୁ ଗୋଟିଏ ବି ପ୍ରାର୍ଥୀ ଘୋଷଣା କରାଯାଇନାହିଁ | ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଜୋର ଧରିବା ପରେ ଚୁପ ହୋଇ ବସିଛି କଂଗ୍ରେସ | ମେଣ୍ଟ ଘୋଷଣା ପରେ ଅସନ୍ତୁଷ୍ଟ ଥିବା ନେତାଙ୍କ ଉପରେ କଂଗ୍ରେସର ନଜର ରହିଛି | ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ମେଣ୍ଟ ଚର୍ଚ୍ଚା ପୂର୍ବରୁ ମଧ୍ୟ ବିଜେଡି ବିଜେପିର ଅନେକ ନେତା କଂଗ୍ରେସ ସହ ଯୋଗାଯୋଗରେ ରହିଛନ୍ତି | ରାଜନୈତିକ ସିନାରୀୟକୁ ଦୃଷ୍ଟିରେ ରଖି ସ୍ଟେପ ବାୟ ସ୍ଟେପ ଚାଲିବାକୁ ପଡୁଛି | କେନ୍ଦ୍ରର ସିନାରୀୟ ବଦଳୁଛି ଏନଡିଏ କିଛି ଅଛନ୍ତି, ୟୁପିରେ କିଛି ଅଛନ୍ତି ଏମିତି ଅଲଗା ଅଲଗା ହୋଇ ହୋଇ ଯାଉଛି | ଓଡ଼ିଶାର ସିନାରୀୟ ପୁଣି କଣ ହେଉଛି ନ ଭଳି କି ଭଳି ଘୋଡା ଛୁଟୁଛି ବିଜେପି ବିଜେଡି ମଧ୍ୟରେ | ଦିନେ ଦୁଇଦିନ ଭିତରେ ବୋଧହୁଏ ମେଣ୍ଟ ସମ୍ପର୍କରେ ଘୋଷଣା ହୋଇପାରେ | ତାଙ୍କ ଦଳ ସହ ଆମର କିଛି ଲେନଦେନ ନାହିଁ | ଆମର ଯେଉଁ ପ୍ରକ୍ରିୟା ଚାଲିଛି ତାହା ଆରମ୍ଭ ହୋଇଯାଇଛି ଏବଂ ଯେତେ ଶୀଘ୍ର ହେବ ଆମେ ସେହି ପ୍ରକ୍ରିୟାକୁ ସମାପନ କରିବୁ | ମେଣ୍ଟ ହେଲେ କଂଗ୍ରେସକୁ ମିଳିବ କି ଫାଇଦା ? ଅସନ୍ତୁଷ୍ଟଙ୍କୁ ଟିକେଟ ଦେବ କି ଦଳ ? ଚର୍ଚ୍ଚା ହେଉଛି ଯେ ବିଜେପି ବିଜେଡି ମଧ୍ୟରେ ମେଣ୍ଟ ହେଲେ ଦୁଇଦଳର ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢିବ | ଅନେକ ଆଶାୟୀଙ୍କ ଟିକେଟ କଟିବ | ଆକଳନ କରାଯାଉଛି ଯେ, ମେଣ୍ଟ ହେଲେ ରାଜ୍ୟ ରାଜନୀତିରେ ଏକମାତ୍ର ବିକଳ୍ପ ହେବ କଂଗ୍ରେସ | ଟିକେଟ ପାଇଁ କଂଗ୍ରେସରେ ଯୋଗ ଦେଇପାରନ୍ତି ଅସନ୍ତୁଷ୍ଟ ନେତା ! 2024 ନିର୍ବାଚନ ଅଙ୍କକୁ ବିଗାଡିପାରନ୍ତି ଦଳର ଅସନ୍ତୁଷ୍ଟ ନେତା | ଏପଟେ ସୁର ବାବୁ କହିଛନ୍ତି ଯେ କଂଗ୍ରେସ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି | ରାଜ୍ୟରୁ ଆସିବେ 97ଜଣ ବିଧାୟକ, ମେଣ୍ଟ ହେଲେ ବିଧାୟକଙ୍କ ସଂଖ୍ୟା 100କୁ ବୃଦ୍ଧି ହୋଇଯିବ ଏବଂ କଂଗ୍ରେସରେ ଏବେ 11ଜଣ ସାଂସଦ ଅଛନ୍ତି, ମେଣ୍ଟ ହେଲେ ସାଂସଦଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇବ | ମେଣ୍ଟ ହେଲେ ଦଳକୁ ଫାଇଦା ମିଳିବ ବୋଲି ଆକଳନ କରୁଛି କଂଗ୍ରେସ |

Leave a Reply

Your email address will not be published. Required fields are marked *