ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ଜିଲ୍ଲାର ଭୁବନଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମରେ ଏହି ଗସ୍ତ ସମୟ ଭିତରେ ଯୋଗଦେବେ । ଆସନ୍ତା ୩୧ ତାରିଖରେ ପ୍ରଥମେ ଭୁବନଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ । ଓ ପରେ ନୀଳକଣ୍ଠପୁରଠାରେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ । ଏବଂ ସର୍ବ ଶେଷରେ ଢେଙ୍କାନାଳ ସହରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ୍’ କାର୍ୟ୍ୟକ୍ରମକୁ ଶୁଣିବା ସହ ଜନ ସାଧାରଣ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଗଷ୍ଟ ୮ରେ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ କାର୍ୟ୍ୟକ୍ରମ ସ୍ଥଳୀଗୁଡ଼ିକ ପରିଦର୍ଶନ କରିବେ ।

ସେପଟେ ଶ୍ରୀ ପ୍ରଧାନ ଆଜି ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିଛନ୍ତି । ଏହି ସାକ୍ଷାତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସମ୍ବଲପୁରୀ ବସ୍ତ୍ରରେ ତିଆରି ଏକ ଉତ୍ତରୀୟ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ପୁରୋଧା ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଏକ ଲିଖିତ ପୁସ୍ତକ ‘ପବିତ୍ର ଗ୍ରନ୍ଥାବଳୀ’  ପ୍ରଦାନ କରିଥିଲେ । ଏହି ସାକ୍ଷାତ ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଡା. ସୁବାଷ ସରକାର ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *