ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଲେ ଅମିତ ଶାହ

ଫୋକସ ପ୍ଲସ(ବ୍ୟୁରୋ)୦୮/୦୮/୨୦୨୨ :ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଲେ ଅମିତ ଶାହ l ରବିବାର ରାତି 1ଟା 17 ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ l ସେଠାରେ ତାଙ୍କୁ ମହାଡମ୍ବର ରେ ସ୍ୱାଗତ କରାଯାଇଥିଲା l ପାରମ୍ପରିକ ନୃତ୍ୟ, ଗୀତ, ମୃଦଙ୍ଗ, ବାଦ୍ୟ ସଂଗୀତରେ କମ୍ପି ଉଠିଥିଲା ସ୍ୱାଗତ ସ୍ଥଳୀ l ସେଠାରୁ ଜୟଦେବ ବିହାର ମେଫେୟାର ରେ ରାତ୍ର ରହଣୀର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା l ସକାଳ 8 ଟା ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର ଯୋଜନା ରହିଛି | ଏବଂ ଦିନ ତମାମ କଟକ, ଭୁବବନେଶ୍ୱର ରେ ରହିଥିବା ବିଭିର୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ lଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡୀ କରା ଯାଇଛି l ସୁରକ୍ଷା ଘେରରେ ମନ୍ଦିର ଦର୍ଶନ କରିବେ ସ୍ଵରାଷ୍ଟ୍ର ମନ୍ତ୍ରୀ l ସାଙ୍ଗରେ ରହିଛନ୍ତି କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ |

 

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *