ଫୋକସ ପ୍ଲସ 4/1/2023(ଦଶମନ୍ତପୁର): ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ବାଇକର ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦରମୋହକୁମା ପଞ୍ଚାୟତ ଡୁରୁକା ଗୁଡ଼ା ଗାଁ ନିକଟସ୍ଥ କଫି ବଗିଚା ବୁଲାଣି ସ୍ଥାନରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୁଚନା ମୁତାବକ ମୃତ ଛାତ୍ର ଜଣକ ହେଲେ ମୁର୍କାର ପଞ୍ଚାୟତ ପଝାର ଗ୍ରାମର ଟାବାଇ କୁଲିସିକାଙ୍କ ଏକ ମାତ୍ର ପୁଅ ମୃତ ସୁନିଲ କୁଲିସିକା ( ୧୪ ) ସେ ମାଛପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି ।ଗତ ୩୧ ତାରିଖ ଦିନ ମୃତ ଛାତ୍ର ନୂଆ ବର୍ଷ ପାରବା ଲାଗି ସ୍କୁଲ ଠାରୁ ନିଜ ଗ୍ରାମକୁ ଯାଇଥିଲେ। ଏବଂ ଆଜି ଏକ ବାଇକ ନଂ ଓଡି .୧୦ .ଜି ୯୩୮୧ ଯୋଗେ ୨ ଜଣ ସାଥୀ ତଥା ଯୁଗୋଳ ହିକକା(୧୩) ଏବଂ ଝୋଲାଗୁଡ଼ା ଗାଁର ସୌଭାଗ୍ୟ କୁଲିସିକା(୧୫) ସହ ଗୋଟିଏ ବାଇକରେ ୩ ଜଣ ଗାଁ ଠାରୁ ଦଶମନ୍ତପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଚଣାବାଡ ପଞ୍ଚାୟତ ଅଧିନରେ ଥିବା “ଏସ.ଦଣ୍ଡାବାଡ ଗାଁ ରୁ ବାଇକ ନଂ ଓ ଆର୍ .୧୦ .ଜେ ୩୫୪୦ ଯୋଗେ ଚାଳକ ସୈଳେନ୍ଦ୍ର ଜାନୀ (୨୫), ବଲ୍ଲଭ ମିଣୀଆକା (୧୪) ସୁଶାନ୍ତ ଜମ୍ବେକା (୭) ପ୍ରମୁଖ ଦୃତଗାମୀରେ ଯାଉଥିବା ବେଳେ ଉଭୟ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ସୁନିଲଙ୍କର ମୃତ୍ୟୁ ଘଟିଥିବା ବେଳେ ଉଭୟ ବାଇକର ୫ ଜଣ ଯାତ୍ରୀ ରାସ୍ତାରେ ଛିଟିକି ପଡି ଥିଲେ। ଏଥିରେ ଯୁଗଳ ହିକକା ଏବଂ ଶୈଳେନ୍ଦ୍ର ଜାନୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସୁଶାନ୍ତ ଚେତାଶୂନ୍ୟ ହୋଇ ପଡ଼ିଥିଲା। ଏଥିରେ ପ୍ରତ୍ୟକ୍ଷ ଦର୍ଶିତ ମାନେ ଫୋନ କରି ପୋଲିସ ଥାନାରେ ଜଣାଇଥିଲେ। ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ନିର୍ଦ୍ଦେଶ କ୍ରମେ ଅତି ରିକ୍ତ ଥାନା ଅଧିକାରୀ ନିର୍ମଳା ଲିମାଙ୍କ ସହ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଏକ ଅଟୋ ଗାଡ଼ି ଓ ନିଜ ଗାଡିରେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପଠାଇଥିଲେ। ସେଠାରେ ମଧ୍ୟ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏକ ଆମ୍ବୁଲାନ୍ସ ଗାଡ଼ିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲରେ ସ୍ଥାନାନ୍ତରିତ କରିଥିବା ଦେଖିବାକୁ ଥିଲା। ଏଥିରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ହୁଇକା ,ଚନ୍ଦ୍ର ସେନ୍ ଗରଡା, ଭଳି କେତେକ ସମାଜ ସେବୀ ଉପସ୍ଥିତ ରହି ଆହାତ ମାନଙ୍କୁ ପଠାଇଥିବା ଜଣାପଡିଛି।