ଦୁଇ ସାଧୁଙ୍କ ଅଯୋଧ୍ୟା ଯାତ୍ରା ।

ବୁଗୁଡା20/01/2024: ଆସନ୍ତା 22ତାରିଖ ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଭୂମି ଅଯୋଧ୍ୟା ରେ ରାମଲାଳଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାବେଳେ ଅଯୋଧ୍ୟାରୁ ଅକ୍ଷତ ଚାଉଳ ଓ ନିମତ୍ରଣ ପତ୍ର ପ୍ରତ୍ୟକ ଘରେ ପହଁଚିଛି ସେହିପରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଂଚଳର ଦୁଇଜଣ ସାଧୁଙ୍କୁ ମଧ୍ୟ୍ୟ ସ୍ୱତନ୍ତ୍ର ନିମତ୍ରଣ ହୋଇଛି , ଆଜି ଅଖିଳ ଭାରତୀୟ ସନ୍ଥ ସମିତି ଓଡିଶା ପ୍ରଦେଶ ର ଅଧକ୍ଷ ସ୍ୱାମୀ ସତ୍ୟାନନ୍ଦ ଗିରି ଓ ଶୁଦ୍ର ମୁନୀ ବାବା ହରିଶଙ୍କର ସ୍ୱାମୀ କରଚୁଲି ବ୍ୟଘ୍ରମ୍ବରି ମଠରୁ ପୂଜା ଅର୍ଚନା କରି ଗଞ୍ଜାମ ଜିଲ୍ଲା ସୀମାନ୍ତ କରସିଙ୍ଗି ଗ୍ରାମର ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ଠାରେ ପହଞ୍ଚି ସେଠାରୁ ଆଶିଷ ଭିକ୍ଷା କରି ଅଯୋଧ୍ୟା ଯାତ୍ରା କରିଛନ୍ତି,ଅଯୋଧ୍ୟରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କୁ ନେଇ ସାରା ଭାରତ ଉତ୍ସବ ମୁଖର ହୋଇ ଉଠିଥିବାବେଳା ସେହି ଦିନ ମଙ୍ଗଳ ମୁହୂର୍ତ ପାଳନ ପୂର୍ବକ ପରିବାର ଓ ସମାଜର କଲ୍ୟାଣ ନିମନ୍ତେ ପୂର୍ଣ୍ଣ କୁମ୍ଭ ବାଢି ଦୀପଦାନ, ରାମ ଚରିତମାନସ ପାଠ ଓ ହନୁମାନ ଚାଳିଶା ପାଠ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *