ଦୁରେଇ ଗଲେ ସମ୍ପର୍କୀୟ ଲୋକେ

ଫୋକସ ପ୍ଲସ(ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତର ସଲପା ଗ୍ରାମର ଈଶ୍ୱର ଜାନି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତାଙ୍କର ପରିବାରରେ ସ୍ତ୍ରୀ ଓ ପୁଅଝିଅ ସମସ୍ତେ ଥାଇ ବି ସେ ଯାଯାବର ହୋଇ ବୁଲୁଥିଲେ ।ସେ ଅସୁସ୍ଥ ଥିବାବେଳେ ନିଜେ ଯାଇ ନବରଙ୍ଗପୁର ଜିଲ୍ଲା ବଡ଼ ମେଡିକାଲରେ ଆଡ଼ମିଟ ହୋଇଥିଲେ ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ।ପରିବାର ଲୋକେ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ନଥିଲେ |

ଏହାପରେ ମେଡିକାଲ କର୍ମଚାରୀ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀଙ୍କୁ ଏବଂ ଦିଗି ପଞ୍ଚାୟତ ସୋରପଞ୍ଚଙ୍କୁ ଏହି ଖବର ଜଣାଇଥିଲେ । ତାପରେ ସରପଞ୍ଚ କିଶୋର ନାୟକ, ୱାଡ଼ମେମ୍ବର ଓ ତେନ୍ତୁଳିଖୁଣ୍ଟି ଥାନାର A.S.I କେଦାରନାଥ ରାଉତ ପହଞ୍ଚି ଶବକୁ ଆମ୍ବୁଲାନ୍ସ ଯୋଗେ ଗ୍ରାମର ସ୍ମସାନକୁ ସତ୍କାର ପାଇଁ ନେଇ ଆସିଥିଲେ ।ଗ୍ରାମବାସୀ ମାନେ ଗ୍ରାମ ଭିତରେ ଶବକୁ ପ୍ରବେଶ ପାଇଁ ବାରଣ କରିଥିଲେ ।ତେଣୁ ଦିଗି ସରପଞ୍ଚ କିଶୋର ନାୟକ ଓ ୱାଡ଼ମେମ୍ବର ନିଜ କାନ୍ଦରେ ବୋହି ସ୍ମସାନକୁ ଆଣି ଶବ ସତ୍କାର କରିଥିଲେ ।

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ ରିପୋର୍ଟ

Leave a Reply

Your email address will not be published. Required fields are marked *