ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ଗ୍ରାମପଞ୍ଚାୟତ ତୁରେଇଘାଟି ଗ୍ରାମରେ। ମାଁ ଓ ଶିଶୁ ଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ ହେଉଥିବା ବେଳେ ଯଥା ଛତୁଆ, ଅଣ୍ଡା ମଧ୍ୟାହ୍ନ ଭୋଜନ ପୋଷାକ ଏହି ଗ୍ରାମର କମଳ ମତି ଶିଶୁ ଓ ଗର୍ଭ ବତି ପ୍ରସୂତି ମା ମାନେ ପାଇ ପାରୁନଥିବା ଗ୍ରାମ ବାସୀ ଅଭିଯୋଗ କରି ଆସୁଛନ୍ତି।ହେଲେ ବି ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ନହେବାର କାରଣ ଏହି ଗାଁ ଟି ଦୁର୍ଗମ ଅଞ୍ଚଳ ରେ ରହିଛି, ପୂର୍ବରୁ ଅଙ୍ଗନୱାଡି ଦିଦି ଙ୍କ ଉପରିସ୍ତ ଅଧିକାରୀ ଠିକ ଭାବରେ କାର୍ଯ୍ୟ କରିବାକୁ କହିକି ଯାଇଥିଲେ ମଧ୍ୟ ମଞ୍ଜୁଳା କାର୍ଯ୍ୟ କରୁନାହାନ୍ତି, ବର୍ଷ ସାରା ରନ୍ଧା ଖାଦ୍ୟ ଦିଆଯାଉନି ଓ ବର୍ଷକୁ ଦୁଇ ରୁ ତିନି ଥର ଦିଆଯାଉଛି ବୋଲି ହେଲ୍ପର କହିଛନ୍ତି, ପୂର୍ବରୁ ଗ୍ରାମ ବାସୀ ଏହି ବିଷୟରେ ଅଭିଯୋଗ କରିଥିବାରୁ ଗ୍ରାମବାସୀଙ୍କୁ ମଞ୍ଜୁଳା ଗ୍ରାମବାସୀଙ୍କୁ ଝଗଡା ସହ କାନ୍ଧିକି ଡରାଇଥିଲେ, ସେଥିପାଇଁ ଗ୍ରାମବାସୀ ମୌଖିକ ଭାବରେ ଆମକୁ ଜଣାଇଥିବା ବେଳେ ଏଇଟି ତାଙ୍କର ହେଲ୍ପର ସବୁ ଖଲି କହିଛନ୍ତି । ଏହି ଖବର ଆମ ପ୍ରତିନିଧି ଙ୍କ ପାଖରେ ପହଞ୍ଚିବା ପରେ ଆମ କାଶୀପୁର ବ୍ଲକ ପ୍ରତି ନିଧି ଅଙ୍ଗନୱାଡ଼ି କର୍ମୀ ମଞ୍ଜୁଲା ନାଏକ ଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସବୁ କିଛି ଦେଉଛି ମୁଁ କଣ ପାଇଁ ଦେବିନି କହିକି କଥା କୁ ଲୁଚାଉଥିଲେ ଏବଂ ତାଙ୍କ ଝିଅ ଆମକୁ ତାଙ୍କ ଦରମା ରୁ କଣ ପାଇଁ ଦେବେ ବୋଲି ଆମକୁ ଉଲଟା ଜବାବ ଦେଇଥିଲେ ଓ ଗ୍ରାମର ମହିଳାଙ୍କୁ ଝଗଡା କରୁଥିଲେ ଏହି ଟି ଅଙ୍ଗନ ୱାଡ଼ି ଦିଦି ଅଛନ୍ତି କିନ୍ତୁ କିଛି ଲୋକଙ୍କ ପାଇଁ ନୁହଁ ନିଜର ପାଇଁ, ସୁପର ଭାଇଜର ଯାଣିକି ମଧ୍ୟ ଅଜଣା ର ଅଭିନୟ କରୁଛନ୍ତି ଓ ସୁପର ଭାଇଜର୍ କିଛି ମାସିକ ଟଙ୍କା ନେଉଥିବା ଖବର ବି ଜଣାପଡିଛି, ବିଲ ପାସ କରିବା ନିମନ୍ତେ ଉପରୀସ୍ତ ଅଧିକାରୀ ଏହି ବିଷୟରେ ଜାଣିକି ବି ଅଜଣା ହେଉଛନ୍ତି। ଦେଖାଯାଉ ଖବର ପ୍ରକାଶିତ ହେଲା ପରେ ଅଧିକାରୀ ଙ୍କ ନିଦ କେବେ ଭାଙ୍ଗିବ ନା ନୀରବତା ସାଜୁଛନ୍ତି |

Leave a Reply

Your email address will not be published. Required fields are marked *