ଫୋକସ ପ୍ଲସ(ସୁକିନ୍ଦା)୨୪/୦୮/୨୦୨୨: :ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଭିସା ଷ୍ଟିଲ କାରଖାନା ର ଭିସାବାୟୋ ବା ଫେରୋକ୍ରୋମ ୟୁନିଟ୍ ଟୁ ରେ ଥିବା ବ୍ରିକେଟିଂ ପ୍ଲାଣ୍ଟ ରେ ଗତକାଲି ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।ମୃତ ଶ୍ରମିକ ହେଲେ କୋରେଇ ଥାନା ଅନ୍ତର୍ଗତ ଖମିଗାଁ ର ରଘୁନାଥ କର ଙ୍କ ପୁଅ ଜିତେନ୍ଦ୍ର କୁମାର କର ବୟସ (୪୩) ଶ୍ରମିକ ସଂଗଠନ ର ଜୈନିକ କର୍ମକର୍ତ୍ତା ଙ୍କ ଠାରୁ ମିଳିଥିବା ଖବର ମୁତାବକ ଜିତେନ୍ଦ୍ର ଆଜି ଏ ଶିଫ୍ଟ ରେ ଡ୍ୟୁଟିରେ ବ୍ରିକେଟିଂ ୟୁନିଟ୍ ର ମିକ୍ସର କୁ ସଫା କରୁଥିବା ବେଳେ ଯାନ୍ତ୍ରିକ ତୃଟି କାରଣ ରୁ ହଠାତ୍ ମିକ୍ସର ଚାଲୁ ହୋଇ ଯାଇଥିଲା ଯାହା ଫଳରେ ଜିତେନ୍ଦ୍ର ସେଥିରେ ଚାପି ହୋଇ ଯାଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଟାଟା ମେଡିକା ହସ୍ପିଟାଲ କୁ ନିଆ ଯାଇଥିଲା କିନ୍ତୁ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ ଶବ ବ୍ୟବଚ୍ଛେଦ ପାଇଁ ଜିତେନ୍ଦ୍ର ଙ୍କ ମର ଶରୀର କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶବ ଗୃହରେ ରଖା ଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ। ମୃତ ଜିତେନ୍ଦ୍ର ଭିସା ଷ୍ଟିଲ କାରଖାନା ଆଗରେ ଶବକୁ ରଖି ଧାରଣାରେ ବସିଥିବା ଦେଖିବାକୁ ମିଲିଛି।ଉକ୍ତ ବ୍ଯକ୍ତି ଅନେକ ବର୍ଷ ଧରି ଏମ୍ ବି ଲଜିଷ୍ଟିକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ।ଗତକାଲି ସନ୍ଧ୍ୟାରେ ମୃତ ଜିତେନ୍ଦ୍ର ଙ୍କ ପରିବାର,ଯଖପୁରା ଥାନା ଅଧିକାରୀ ଜଗଦୀଶ କର ଏବଂ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଙ୍କୁ ନେଇ କ୍ଷତିପୂରଣ ସମ୍ବନ୍ଧୀୟ ଏକ ବୈଠକ ହୋଇଥିଲା. ମାତ୍ର ବୈଠକ ରେ କୈଣସି ନିଷ୍ପତ୍ତି ହୋଇପାରିନଥିବା ସୂଚନା ମିଲିଛି।ଦୁର୍ଘଟଣା ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।