ଦୁର୍ଘଟଣା ରେ ଟ୍ରକ ଚାଳକ ମୃତ!!

ବାଲେଶ୍ଵର: ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର। ସୂଚନା ରୁ ପ୍ରକାଶ ସକାଳ ୬ ଟା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟରେ ଛିଡ଼ା ହୋଇଥିବା ( OD01Z0327) ଏଜବେଷ୍ଟ ବୋଝେଇ ଟ୍ରକ କୁ ପଛପଟୁ ଆସୁଥିବା ( OD02CC4851) ଆଲୁମିନିୟମ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଲୁମିନିୟମ ବୋଝେଇ ଟ୍ରକ ର ହେଲ୍ପର ମୃତ୍ୟୁ ବରଣ କରିଥିବା ବେଳେ, ସ୍ଥାନୀୟ ଲୋକେ, ଫାୟାର ବିଭାଗ,ରାଜପଥ କତୃପକ୍ଷ ପହଞ୍ଚି ଏଜବେଷ୍ଟ ବୋଝେଇ ଟ୍ରକ ର ଡ଼୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡ଼ାକ୍ତରଖାନା କୁ ପଠାଯାଇଛି।ମୃତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ର ବାଉରୀ ସାହି ଭାଲିଆ ବାଡ଼ି ଅଞ୍ଚଳ ର ଚିତ୍ତରଞ୍ଜନ ନାୟକ (34) ।
ଖବର ପାଇ ବସ୍ତା ପୋଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହିତ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି

Leave a Reply

Your email address will not be published. Required fields are marked *