ଦୁର୍ନିତିର ଶୀର୍ଷରେ କେସିଙ୍ଗା ମୁଖ୍ୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫୋକସ ପ୍ଲସ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆର୍ଡି ବିଭାଗର ଧୀରେ ଧୀରେ ଖୋଲୁଛି ପୋଲ |କେସିଙ୍ଗା ବ୍ଲକ ରୁ କର୍ଲାମୁଣ୍ଡା ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ କେସିଙ୍ଗା ଆରଡି ବିଭାଗ ପକ୍ଷରୁ ୨୦୨୧ ମସିହା ଜୁନ ମାସରେ ନିର୍ମାଣ କରାଯାଇଥିବା ମଙ୍ଗଳାଜୋର୍ ବ୍ରିଜର ଭବିଷ୍ୟତ ବର୍ତ୍ତମାନ ସଙ୍କଟରେ|ବିଜୁ ସେତୁ ନିର୍ମାଣ କରିବା ନାଁ ରେ ଅସାଧୁ ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ନିର୍ବାହି ଯନ୍ତ୍ରୀ ମିଳିମିଶି କୋଟି କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ହେଉଛି |ଚାରି କୋଟି ୧୩ ଲକ୍ଷ ୮୯ ହଜାର ୬୮୨ ଟଙ୍କା ବ୍ୟୟଅଟକଳ ମୂଲ୍ୟରେ ନିର୍ମାଣ କରାଯାଉଥିବା ବିଜୁ ବାବୁଙ୍କ ନାଁ ରେ ଏହି ବ୍ରିଜ ର ଅବସ୍ଥା କହିଲେ ନ ସରେ | ବର୍ଷେ ନ ପୁରୁଣୁ ଉଭୟ ପାର୍ଶ୍ଵରେ ନିର୍ମାଣ କରାଯାଇଥିବା ଗାଡୱାଲ୍ ମାନେ ସମ୍ପୂର୍ଣ୍ଣ ଭାଙ୍ଗି ତଳେ ପଡି ମାଟିରେ ମିଶିଗଲାଣି |ବ୍ରିଜ ର ଅବସ୍ଥା ନକହିବା ଭଲ ବ୍ରିଜ କାମରେ ସମ୍ପୂର୍ଣ୍ଣ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ହେଉଛି |ଏକ୍ସପାରୀ ସିମେଣ୍ଟ ଓ ବିନା ଆଇ ଏସ ଆଇ ମାର୍କ ର ଷ୍ଟିଲ ସହ ଅତି ନିମ୍ନ ମାନର ମେଟାଲ ଓ ବାଲି ବ୍ୟବହାର କରାଯାଇଥିବା ଅଭିଯୋଗ ହେଉଛି |କାହା ଛତ୍ରଛାୟା ରେ ଏଭଳି ହୀନ କାର୍ଯ୍ୟ କରାଯାଉଛି ବୋଲି ଏଠି ଅଞ୍ଚଳବାସୀଙ୍କ ଅଭିଯୋଗ |

ଏତେ ସବୁ ଦୁର୍ନୀତି କରାଯାଉଥିବା ବେଳେ ବିଭାଗିୟ ଅଧିକାରୀ ମାନଙ୍କ ନଜର ଏ ସବୁ କାମ ପ୍ରତି ପଡୁନି କିଭଳି ବୋଲି ଏଠି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ବ୍ରିଜ ର ଏଭଳି ଅବସ୍ଥା ପାଇଁ କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଅଞ୍ଚଳବାସି ସମ୍ପୂର୍ଣ୍ଣ ଭାବରେ ଦାୟୀ କରିଛନ୍ତି |ଏତେ ସବୁ ଦୁର୍ନୀତି କରାଯାଇଥିବା ଦେଖି ମଧ୍ୟ ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ଆଖି ବନ୍ଦ କରି ସମସ୍ତ ବିଲ ଭାଉଚର୍ ରେ ଦସ୍ତଖତ କରିଥିବା ଅଭିଯୋଗ ହେଉଛି | ପ୍ରତି ଦିନ ବ୍ରିଜ ନିର୍ମାଣ କରାଯାଉଥିବା ଉକ୍ତ ସାଇଡ ରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିବା କଥା |ଯେହେତୁ ତାଙ୍କ ଅନୁପସ୍ଥିତିରେ ଏସବୁ କାର୍ଯ୍ୟ କରାଯାଉଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଠିକାଦାର ମାନଙ୍କ ପ୍ରତି କେସିଙ୍ଗା ର କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ସହମତି ରହିଛିlତେବେ ତ ଏଠି ଠିକାଦାର ,କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମିଳି ମିଶି ଚଲାଇଛନ୍ତି ମନଇଛା କାର୍ଯ୍ୟ |

କେତେକ ସ୍ଥାନରେ କାମ କରା ନ ଯାଇ ମଧ୍ୟ କେବଳ କାଗଜ କଲମ ରେ ବିଲ କରି ଅର୍ଥ ଲୁଟ କରାଯାଉଛି ଓ ଜନସାଧାରଣଙ୍କ ପାଖରୁ ଆଦାୟ କରାଯାଉଥିବା କୋଟି କୋଟି ଟଙ୍କାର ଟ୍ୟାକ୍ସ ପଇସାକୁ ବିଭାଗୀୟ ଅଧିକାରୀ ମାନଙ୍କ ଜରିଆରେ ଆତ୍ମସାତ କରାଯାଉଛି |ଲୋକଙ୍କ ଅଭିଯୋଗ କୁ ଆଧାର କରି ସୂଚନା ଅଧିକାର ଆଇନରେ କେସିଙ୍ଗା ଆରଡି ବିଭାଗ କୁ କେସିଙ୍ଗା ସବ୍ ଡିଭିଜନ ରେ ୨୦୧୯ ରୁ ୨୦୨୨ ମଧ୍ୟରେ କରାଯାଇଥିବା ସମସ୍ତ କାର୍ଯ୍ୟର ତଥ୍ୟ ମଗାଯାଇଥିଲା | ତଥ୍ୟ ଦେବାକୁ ମାସେ ରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା ହେଲେ କେସିଙ୍ଗା ଆରଡି ବିଭାଗ ରୁ ମିଳିଥିବା ଆର୍ଟିଆଇ ତଥ୍ୟ ରେ କୌଣସି ସ୍ଥାନରେ ମଙ୍ଗଳା ଜୋର୍ ର ବ୍ରିଜ ବାବଦରେ ଏଠି ଉଲ୍ଲେଖ କରାଯାଇ ନାହିଁ | ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ମଙ୍ଗଳା ଜୋର୍ ବ୍ରିଜ ରେ ହେଇଥିବା ଏତେ ବଡ଼ ଦୁର୍ନିତି ଉପରେ ପରଦା ପକେଇବା କୁ ଚେଷ୍ଟା କରୁଛି କି କେସିଙ୍ଗା ଆରଡି ବିଭାଗ | ଯଦି ନାଁ ,ତାହେଲେ ଏତେ ସବୁ ତଥ୍ୟ ଦେବା ଭିତରେ ମଙ୍ଗଳା ଜୋର୍ ବ୍ରିଜ ର ତଥ୍ୟ ଦିଆଗଲା ନାହିଁ କଣ ପାଇଁ?ଜାଣି ଶୁଣି ବିଭାଗୀୟ ଅଧିକାରୀ ମାନେ ଏଭଳି ହୀନ କାର୍ଯ୍ୟ କରୁ ନାହାନ୍ତି ତ ବୋଲି ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ |

ବିଜୁ ବାବୁଙ୍କ ନାଁ ରେ ନିର୍ମାଣ କରାଯାଉଥିବା ଏ ବ୍ରିଜ କାମରେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ମିଳି ମିଶି ଜଉ ଭଳି ଦୁର୍ନୀତି ଚଳାଇଛନ୍ତି ତାହା କାହାପଖରୁ ଅଛୁପା ରହିନି ହେଲେ ଏଠି ଠିକା ସଂସ୍ଥା ବ୍ରିଜ ରେ ଶସ୍ତା କାମ କରି ଲୋକଙ୍କ ଜୀବନ କୁ ବିପଦରେ ପକେଇବା ସହ ବିଜୁ ବାବୁଙ୍କ ନାଁ କୁ ମଧ୍ୟ କଳଙ୍କିତ କରିବାକୁ ତିଳେ ମଧ୍ୟ କୁଣ୍ଠାବୋଧ କରୁ ନାହାନ୍ତି ବୋଲି ଏବେ ଆଲୋଚନା ହେଉଛି | ହେଲେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ କାହିଁକି କେଜାଣି ଏତେ ବଡ ଦୁର୍ନୀତି ବାବଦରେ ପଦୁଟିଏ ମଧ୍ୟ କହୁ ନାହାନ୍ତି | ଏହି ବ୍ରିଜ କେସିଙ୍ଗା ରୁ କରଲାମୁଣ୍ଡା ର ଲାଇଫ ଲାଇନ କୁହାଯାଏ | ଏହି ରାସ୍ତା ଦେଇ ବିଧାୟକ ଭୂପିନ୍ଦର ସିଂ ପ୍ରାୟ ସମୟରେ ଯିବା ଆସିବା କରିଥାନ୍ତି | ହେଲେ ଏ ବାବଦରେ ଥରୁଟେ ମଧ୍ୟ କହିବା କୁ ତାଙ୍କର ସତ ସାହାସ ନାହିଁ |

ବିଧାୟକ ଏ ଠିକା ସଂସ୍ଥା ମାନଙ୍କ ବିରୁଦ୍ଧରେ କହିବେ ବା କାହିକି?ନର୍ଲା ବିଧାୟକ ଓ ତାଙ୍କ ପୁଅ ଅସାଧୁ ଠିକା ସଂସ୍ଥା ମାନଙ୍କୁ ଆଣି ନର୍ଲା ଅଞ୍ଚଳରେ ଠିକା ଦେଇ କୋଟି କୋଟି ଟଙ୍କାର ମୁନାଫା ନଉଛନ୍ତି ବୋଲି ଆଲୋଚନା ହେଉଛି |ବିଧାୟକଙ୍କ ବୈମାତ୍ରୁକ ମନୋଭାବ ପାଇଁ ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ଦଳୀୟ କର୍ମୀ ମଧ୍ୟ ମୋର୍ଚ୍ଚା ଖୋଲି ଦେଲେନି |
ଅସାଧୁ ବ୍ୟବସାୟୀ ମାନଙ୍କୁ ଆଣି ନର୍ଲା ରେ ଠିକା ଦେଇ ମୋଟା ଅଙ୍କର ମୁନାଫା କମାଉଥିବା ଭଳି ଅଭିଯୋଗ ବିଧାୟକଙ୍କ ବିରୁଦ୍ଧରେ ଆସିଲାଣି | ସେଥି ପାଇଁ ତ କିଛି ଦିନ ତଳେ ଯୋରାଡୋବ୍ରା ଶାନ୍ତି ନିକେତନରେ ନର୍ଲା ,କର୍ଲାମୁଣ୍ଡା ଓ ରାମପୁର ର ଶତାଧିକ ବିଜୁ ଜନତା ଦଳର କର୍ମୀ ବିଧାୟକ ଭୂପିନ୍ଦର ସିଂ ଙ୍କ ବିରୁଦ୍ଧରେ ଏକ ବିଶାଳ ସଭା ର ଆୟଜନ କରିଥିଲେ l ଏବଂ କଡ଼ା ଶବ୍ଦରେ ବିଧାୟକଙ୍କୁ ବିରୋଧ କରିଥିଲେ |

ନର୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭୂପିନ୍ଦର ଙ୍କ ଜରିଆରେ କରାଯାଇଥିବା ଆଇଟିଡିଏ କାମରେ ମଧ୍ୟ ମହା ଦୁର୍ନୀତି ହେଇଥିବା ନେଇ ଏହାର ଘୋର ନିନ୍ଦା କରିଛନ୍ତି | ଉକ୍ତ କାମ ମାନଙ୍କରେ ୪୦ ପ୍ରତିଶତ କାମ ହେଇଥିବାବେଳେ ୬୦ ପ୍ରତିଶତ ମୁନାଫା ଠିକା ସଂସ୍ଥା ମାନଙ୍କୁ ଦିଆ ଯାଉଥିବା ଅଭିଯୋଗ ହେଉଛି |ବିଜୁଜନତା ଦଳର ବରିଷ୍ଟ ଓ ପୁରୁଣା ନେତା ମାନେ ବିଧାୟକଙ୍କ ଜରିଆରେ ହେଇଥିବା ସମସ୍ତ (ଆଇଟିଡିଏ) କାମର ତଦନ୍ତ ଏଣ୍ଟି କର୍ପୋରେସନ ବିଓରୋ (ଏ ସି ପି)ଦ୍ଵାରା କରାଯିବା ସହ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଆରଡି ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ମଙ୍ଗଳାଜୋର୍ ବ୍ରିଜ ର ମଧ୍ୟ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ଦାବି କରିଛନ୍ତି |

କଳାହାଣ୍ଡିରୁ ସ୍ବତନ୍ତ୍ର ପ୍ରତିନିଧି ରଞ୍ଜନ କୁମାର ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *