ଦୁର୍ନୀତିର ଗନ୍ତାଘର ପାଲଟିଛି ଖୋଦ ଗୃହମନ୍ତ୍ରୀଙ୍କ କେନ୍ଦ୍ରସ୍ଥଳୀ

 

 

 

ପଂଚାୟତ ରେ ହେଉଥିବା ବିଜୁ କଲ୍ୟାଣ ମଣ୍ଡପ ର ଦୁର୍ନୀତି ର ଚିତ୍ର ସାମ୍ନା କୁ ଆସିଛି। ଖୋଦ ଗୃହମନ୍ତ୍ରୀ ଙ୍କ ବିଖ୍ୟାତ ଗଡ଼ ବୃନ୍ଦାବାହାଲ ରେ ନିର୍ମାଣାଧୀନ ଅବସ୍ଥାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ରେ କାମ ନ ସରୁଣୁ ଭୁଶୁଡି ପଡୁଛି କାନ୍ଥ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃନ୍ଦାବହାଲ ଗ୍ରାମରେI ମାନ୍ୟବର ମନ୍ତ୍ରୀ ସାତ ମାସ ତଳେ ନିଜ କରକମଳରେ ଉଦଘାଟନ କରିଥିବା କଲ୍ୟାଣ ମଣ୍ଡପ ର ଅବସ୍ଥା କହିଲେ ନ ସରେ। ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ର ଫଳ ଭୋଗିବେ ଜନସାଧାରଣ। ବିଜେଡିର ଟାଣୁଆ ନେତା ନିଜେ ସରପଂଚ ଥିଲେ ଆଉ ଏବେ ବିଜେଡି ଦଳ ରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ । ସେ ଏବେ କେଉଁ ବିକାଶର ଗାଥା ନେଇ ଭୋଟ ଭିକ୍ଷା କରିବେ ତାହା ଜନସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି। କିନ୍ତୁ ନିମ୍ନ ମାନର କାମ ଯୋଗୁଁ ଭୁଶୁଡି ପଡିବାରେ ଲାଗିଛି କଲ୍ୟାଣ ମଣ୍ଡପ। ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ବହୁ ବଡ଼ ବଡ଼ ନେତା ବୃନ୍ଦାବହାଲ ଗାଁ ରେ ଥିବାବେଳେ ନିମ୍ନ ମାନର କାମକୁ ହଜମ କରି ପାରୁନାହାଁନ୍ତି ଗ୍ରାମବାସୀ I ସେପଟେ ଖୋଦ ବିଭାଗୀୟ ଜେଇ ଆଗକୁ କାମ ଠିକ କାମ ହେବ ବୋଲି ଆଶ୍ୱାସନା ଦେଇଛନ୍ତି। କଳାହାଣ୍ଡି ର ବୃନ୍ଦାବହାଲ ଗାଁ ରେ ବିଜୁ ଜନତା ଦଳ ର ଟାଣୁଆ ନେତା ଥିବା ମନ୍ତ୍ରୀ ଙ୍କ ଘନ ଘନ ଗ୍ରସ୍ତ ସତ୍ତ୍ୱେ ନିମ୍ନ ମାନର କାମ ଲୋକଙ୍କୁ ଚକିତ କରୁଛି।

Leave a Reply

Your email address will not be published. Required fields are marked *