ଫୋକସ ପ୍ଲସ(ଜୟପୁର) ୧୩/୦୯/୨୦୨୨: P.C ଉପର କଂଗ୍ରେସ ହାଲ୍ଲା ବୋଲ୍..!ଜୟପୁର ବ୍ଲକ ରେ ବ୍ୟାପକ ଦୁର୍ନିତ ସାଙ୍ଗକୁ ପିସି କାରବାର ର ଅଭିଯୋଗ ରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ଜୟପୁର ବ୍ଲକ ଘେରାଓ କରାଯାଇଛି। ଜିଲା ଶୋଭନେତ୍ରୀ ମିନାଖି ବାହିନୀପତି ଙ୍କ ନେତୃତ୍ୱ ରେ ଏହି ଘେରାଓ କରାଯାଇଛି। ମୁଖ୍ୟ ଅତିଥିଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ଯୋଗଦେଇ ଦୁର୍ନୀତି ବିରୋଧରେ ଗର୍ଜି ଥିଲେ। ଏଥିପାଇଁ ସରକାର ଙ୍କୁ ଟାର୍ଗେଟ କରିଥିବା ବେଳେ ପ୍ରଶାସନ କୁ ଏଥିରୁ ନିବୃତ ରହିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ବିଧାୟକ ତାରା।।ବିକାଶ ମୂଳକ କାର୍ଯ୍ୟରେ ବ୍ଲକ୍ ସ୍ତରରେ ୩୫% ପି.ସି କାରବାର ଚାଲୁଅଛି, ଏବେ ତାହା ୫୦℅ ପ୍ରତିଶତ କୁ ବୃଦ୍ଧି କରିବାର ଯୋଜନା କରାଯାଉଛି। ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟ ନିମ୍ନ ମାନର କାମ ହେବା ସହିତ ଦୁର୍ନିତି ଚରମ ସିମାରେ ପହଞ୍ଚି ଗଲାଣି । ଏହାକୁ ତୁରନ୍ତ ବନ୍ଦ କରାଯିବା ସହ ଏହାର ଉଚସ୍ତରୀୟ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।