ଦୁର୍ବ୍ୟବହାର ର ଶିକାର ହୋଇ ଥାନାର ଦ୍ୱାରସ୍ଥ ହେଲେ ଉଦଳା ବିଧାୟକ

ଫୋକସ ପ୍ଲସ(ଉଦଳା)୧୬/୦୮/୨୦୨୨: ସର୍ବସାଧାରଣ ସ୍ଥାନରେ ବିଧାୟକଙ୍କୁ ଦୁର୍ବ୍ୟବହାର ଏବଂ ଅଶାଳୀନ ଭାଷାରେ ଗାଳିଗୁଲଜ ।ସରକାରୀ କର୍ମଚାରୀ ମାନେ ଲୋକ ପ୍ରତିନିଧି ମାନଙ୍କୁ ଏଭଳି ବ୍ୟବହାର କରୁଥିବା ବେଳେ ସାଧାରଣ ନାଗରିକଙ୍କୁ କିପରି ବ୍ୟବହାର କରୁଥିବେ ତାହା ବେସ୍ ଅନୁମେୟ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢେଇ । ଉଦଳା ବିଧାୟକ ଭାସ୍କର ମଢେଇ ଉଦଳା ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ବେଳେ ମେଡିକାଲ ପରିସରରେ ନୂତନ ଭାବେ ନିର୍ମାଣ ଚାଲିଥିବା ନୂଆ ରୋଗୀ ଗୃହର ତିଆରି ବୁଲି ଦେଖିଥିଲେ । ଏହି ସମୟରେ ଘର ତିଆରିରେ ଘର ଗୁଡିକ ବହୁତ ତଳିଆ ହୋଇଥିବା ଦେଖିବା ପରେ ଏ ବାବଦରେ ଠିକାଦାର ସହିତ କଥା ହେଉଥିଲେ । ହେଲେ ସେଠାରେ ଉଦଳା ପୂର୍ତ୍ତ ବିଭାଗ ଯନ୍ତ୍ରୀ ସନ୍ତୋଷ ପଣ୍ଡା ପହଞ୍ଚିଥିଲେ । ଯନ୍ତ୍ରୀଙ୍କୁ ବିଧାୟକ ଘର ବାବଦରେ ପଚାରିବାରୁ ସେ ବିଧାୟକଙ୍କୁ ସର୍ବସାଧାରଣ ସ୍ଥାନରେ ଦୁର୍ବ୍ୟବହାର କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିଧାୟକ,ଏପରିକି ଯନ୍ତ୍ରୀ ମୁଁ ନା ଆପଣ ବୋଲି ବିଧାୟକଙ୍କୁ ପ୍ରଶ୍ନ କରିବା ସହିତ ବିଧାୟକ ଏ ବାବଦରେ ମୁଣ୍ଡ ନ ପୁରାଇବାକୁ କହିଥିଲେ ବୋଲି ଯନ୍ତ୍ରୀ ସନ୍ତୋଷ ପଣ୍ଡା ବୋଲି ଅଭିଯୋଗ ଆଣିଛନ୍ତି ବିଧାୟକ, ସର୍ବସାଧାରଣ ସ୍ଥାନରେ ଜଣେ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରାଯିବାରୁ ବିଧାୟକ ଭାସ୍କର ମଢେଇ ଯନ୍ତ୍ରୀଙ୍କ ବିରୋଧରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ମୋ ସରକାର ଦ୍ବାରା ନାଗରିକଙ୍କୁ ସମ୍ମାନ ଦେବାକୁ କଡା ନିର୍ଦ୍ଦେଶ ଥିବା ବେଳେ କପ୍ତିପଦା ଉପଖଣ୍ଡ ର ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ବତନ୍ତ୍ର ନିୟମ 5T ଯୋଜନା ରେ ପ୍ରଣୟନ କରାଯାଇଛି ବୋଲି ଆଲୋଚନା ହେଉଥିବା ବେଳେ, ବିଜେପି ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି,ବିଜେପି କର୍ମୀ ମାନେ ଉକ୍ତ ଘଟଣାକୁ ନେଇ ଧାରଣା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି, ଉକ୍ତ ଘଟଣା ପରେ ଆମେ ପୂର୍ତ୍ତି ବିଭାଗ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ରିସିଭ କରି ନ ଥିଲେ, ତେଣୁ ତାଙ୍କ ପତିକ୍ରିୟା ନେବା ସମ୍ଭବ ହୋଇ ନ ଥିଲା l

ଉଦଳା ରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *