ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ସମ୍ପ୍ରତି ଶେଷ ହୋଇଥିବା ସ୍ଥାନୀୟ ର୍ନିବାଚନରେ ବିଜେଡିର ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ଦୃଢ଼ ସାଂଗଠନିକ ଶକ୍ତି ଏବଂ ଶାସକ ଦଳର ରଣନୈତିକ ନିର୍ବାଚନ ପରିଚାଳନା ସହିତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ଭୋଟରଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକୁ ଶ୍ରେୟ ଦିଆଯାଉଛି । ଏଥି ସହିତ ଦୁଇ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଜଣେ ଭାଗ୍ୟଶାଳୀ ବୋଲି ମଧ୍ୟ ପ୍ରମାଣିତ ହୋଇଛି l
– କ୍ଷେତ୍ର ସ୍ତରରେ ବିଭିନ୍ନ ଲୋକପ୍ରିୟ ଯୋଜନାଗୁଡିକର ପ୍ରଭାବଶାଳୀ ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରିଥିବା ବ୍ୟକ୍ତି ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ଯିଏ ବର୍ତ୍ତମାନ ଉଭୟ ପଞ୍ଚାୟତରାଜ ଏବଂ ପାନୀୟଜଳ ଏବଂ ଗୃହ ଓ ସହରାଞ୍ଚଳ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ନେତୃତ୍ୱ ନେଉଛନ୍ତି ।
– ଏହି ଯୋଜନାଗୁଡିକର ସଫଳ ରୂପାୟନ କେବଳ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଭାବନା ସ୍ଥାପନ କରିନାହିଁ, ବରଂ ଏହା ସରକାର ବିରୋଧି ମନୋଭାବକୁ ମଧ୍ୟ ପରାସ୍ତ କରିବାରେ ସାହାଯ୍ୟ କରିଛି।
– ଶ୍ରୀ ଜେନାଙ୍କ ଭଳି ବିଜେଡିରେ ଥିବା କିଛି ଲୋକ ଯେଉଁମାନେ କି ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ପରିଚାଳନା କରୁଥିବା ଉଭୟ ବିଭାଗର ମୁଖ୍ୟ ହେବା ସହିତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛନ୍ତି, କାରଣ ଡିସେମ୍ବର ୨୬, ୧୯୯୭ ପରଠାରୁ ବିଜେଡି ପାଇଁ ଏଭଳି ନିର୍ବାଚନ ସଫଳତା ପ୍ରଥମ ଅଟେ ।
– ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ୯୦% ଜିଲ୍ଲା ପରିଷଦ ଆସନ ଜିଣିବା ସହିତ ସମସ୍ତ ୩୦ ଟି ଜିଲ୍ଲାରେ ଜିଲା ପରିଷଦ ଗଠନ କରିଛି, ପଞ୍ଚାୟତିରାଜ ର୍ନିବାଚନରେ ପ୍ରାୟ ୯୦% ପଞ୍ଚାୟତ ସମିତିକୁ କବଜା କରିଥିବାବେଳେ ଏହା ପ୍ରାୟ ୯୦% ପୌର ସଂସ୍ଥାରେ ବିଜୟ ହାସଲ କରିଛି, ଯାହା ଓଡିଶାର କୌଣସି ରାଜନୈତିକ ଦଳ ପାଇଁ ଏକ ବିରଳ ରେଡର୍କ ଅଟେ ।
– ଏଥିପାଇଁ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ବୃହତ ସଫଳତାର ଏକମାତ୍ର କାରଣ ବୋଲି ବିବେଚନା କରୁଛନ୍ତି, କାରଣ ଲୋକମାନେ ତାଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ କଲ୍ୟାଣକାରୀ ଯୋଜନାର ଲାଭ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରିଥିବାବେଳେ ଲୋକେ ଏବେ ନିଜକୁ ସରକାରଙ୍କର ଏକ ଅଂଶ ବୋଲି ବିଚାରୁଛନ୍ତି ।
– ବିରୋଧୀ ଦଳ ରାଜ୍ୟ ସରକାରଙ୍କ ବିଷୟରେ ମିଥ୍ୟା ତଥା ଭୁଲ ତଥ୍ୟ ପ୍ରଚାର କରିବା ପାଇଁ ଯେତେ ପରିଶ୍ରମ କରନ୍ତୁ ନା କାହିଁକି, ଏଠାରେ ଏକ ସରକାରୀ ସପକ୍ଷବାଦୀ ସ୍ୱର ରହିଛି । ଲୋକଙ୍କ ପାଇଁ ଆମର କାର୍ଯ୍ୟ ତାହା କହିଥାଏ । ଆମ ପାଇଁ ଲୋକମାନେ ଗଣତନ୍ତ୍ରରେ ସର୍ବେସର୍ବା ଅଟନ୍ତି । ବିରୋଧୀ ଦଳଙ୍କ ପରି କିଛି କେବଳ ମତଦାନ ସମୟରେ ଲୋକଙ୍କ ପାଖକୁ ଯାଆନ୍ତି, ହେଲେ ଆମେ ଗରିବ ଏବଂ ସମାଜର ସବା ତଳେ ଥିବା ଲୋକଙ୍କ ପାଇଁ ବର୍ଷସାରା କାମ କରିଥାଉ ବୋଲି ଶ୍ରୀ ଜେନା କହିଛନ୍ତି ।
– ଦୁଇଟି ଜୀବିକା କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ (ଏମ୍ଜିଏନ୍ଆଇଜିଏସ୍) ଏବଂ ସହରାଞ୍ଚଳର ଗରିବଙ୍କ ପାଇଁ ମୁଖମନ୍ତ୍ରୀ କର୍ମ ତତ୍ପର ଅଭିଯାନ୍ (ମୁକ୍ତା) ର ସଫଳତାର ସହ କାର୍ଯ୍ୟାନ୍ୱୟନ କୋଭିଡ ସମୟରେ ରାଜ୍ୟକୁ ଫେରିଥିବା ଲକ୍ଷ ଲକ୍ଷ ଲୋକଙ୍କ ହାତକୁ କାମ ଯୋଗାଇବାରେ ରାଜ୍ୟ ସରକାରଙ୍କୁ ବେଶ୍ ସହାୟକ ହୋଇଥିଲା ।
– ମହାମାରୀ ସମୟରେ ମଧ୍ୟ ଗ୍ରାମାଞ୍ଚଳରେ ଲୋକଙ୍କ ହାତକୁ କାମ ଯୋଗାଇବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି କାରଣ ଏମ୍ଜିଏନ୍ଆରଇଜିଏସ୍ ଅଧୀନରେ ୨୦୨୦-୨୧ ମଧ୍ୟରେ ୨୦.୮୧ କୋଟିରୁ ଅଧିକ କର୍ମଦିବସ ସୃଷ୍ଟି ହୋଇଛି, ଯାହା ୨୦୧୯-୨୦ ର ୧୧.୧୪ କୋଟି ତୁଳନାରେ ୧୮୭% ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷରେ, ଫେବୃଆରୀ ପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ କାର୍ଯ୍ୟଦିବସ ଲକ୍ଷ୍ୟ ହାସଲ କରାଯାଇଛି। ମୁକ୍ତା ଯୋଜନା ଅଧୀନରେ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି।
– ୨୦୧୪-୧୫ ରୁ ଏବେ ସୁଦ୍ଧା ପ୍ରାୟ ୩୧ ଲକ୍ଷ ପକ୍କା ଘର ୩୧,୦୦୦ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅଧୀନରେ ୧୨.୨୫ ଲକ୍ଷ ଯୋଗ୍ୟ ପରିବାର ଚିହ୍ନଟ କରାଯାଇଛି। ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦେବା ବ୍ୟବସ୍ଥାକୁ ଅନ୍ୟ ରାଜ୍ୟଗୁଡିକ ଅନୁକରଣ କରିବା ଏକ ଉଦାହରଣ ସୃଷ୍ଟି କରିଛି।
– ଟ୍ୟାପ୍-ୱାଟର ସଂଯୋଗ କ୍ଷେତ୍ରରେ ସର୍ବଭାରତୀୟ ଲକ୍ଷ୍ୟ ହାସଲ କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୩ ଟି ପୌରସଂସ୍ଥା ରାଜ୍ୟରେ ୧୦୦% ଘରୋଇ ସଂଯୋଗ ହାସଲ କରିସାରିଥିବାବେଳେ ଭୁବନେଶ୍ୱର ଏବଂ କଟକ ସହର ସମଗ୍ର ଦେଶରେ ୧୦୦% ଘରୋଇ ସଂଯୋଗ ଲକ୍ଷ୍ୟ ହାସଲ କରିଛି।
– ଏହା ବ୍ୟତୀତ ପୁରୀ ହେଉଛି ଭାରତର ଏକମାତ୍ର ସହର ଯିଏକି ସୁଜଳ ଯୋଜନାରେ ସିଧାସଳଖ ଭାବେ ଟ୍ୟାପ୍ରୁ ପାଣି ଆଣି ପିଇବାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ନ୍ୟୁୟର୍କ, ଲଣ୍ଡନ, ସିଙ୍ଗାପୁର ଏବଂ ଟୋକିଓ ଭଳି ଆନ୍ତର୍ଜାତୀୟ ସହରର ସମ୍ମାନଜନକ ଲିଗରେ ସାମଲି ହେବାର ଯୋଗ୍ୟତା ହାସଲ କରିଛି।
– ବସ୍ତି ବିକାଶ ଏବଂ ତାଲିକା ପ୍ରସ୍ତୁତି କାର୍ଯ୍ୟକଳାପ ଅଧୀନରେ ପ୍ରାୟ ୧.୭୦ ଲକ୍ଷ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ଆଠଟି ସହର ବସ୍ତି ମୁକ୍ତ ମାନ୍ୟତା ହାସଲ କରିସାରିଛି।
– ରାଜ୍ୟ ସରକାର ମଧ୍ୟ ବିଜୁ ଆଦର୍ଶ କଲୋନୀ କାର୍ଯ୍ୟକ୍ରମ ନାମରେ ଏକ ନୂତନ ଯୋଜନା କରିଛନ୍ତି ଯାହା ବସ୍ତି ଅଞ୍ଚଳକୁ ମଡେଲ କଲୋନୀରେ ରପୂାନ୍ତରଣର ଲକ୍ଷ୍ୟ ରଖିଛି । ଏହି ଯୋଜନାରେ ରାଜ୍ୟର ୧୧୪ ଟି ପୌର ସଂସ୍ଥାରେ ଥିବା ପ୍ରାୟ ୨,୯୭୪ ଟି ବସ୍ତି ରୂପାନ୍ତରିତ ହେବ।
– ଅନ୍ୟ ବ୍ୟବସ୍ଥା ମଧ୍ୟରେ, ସହରାଞ୍ଚଳର ସରକାରୀ ସେବାକୁ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ପାଇଁ ଜ୍ଞାନକୌଶଳର ବ୍ୟବହାର, ଯାହା ରାଜ୍ୟକୁ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରିବା ସହିତ ସହରୀ ଭୋଟରଙ୍କ ହୃଦୟ ଜିତିପାରିଛି ଏବଂ ଏହାକୁ ଏକ ପରିବର୍ତ୍ତନକାରୀ ଭାବରେ ମଧ୍ୟ ବିବେଚନା କରାଯାଉଛି।