ଦୃଷ୍ଟିହୀନ ବିକଳାଙ୍ଗ ପାଇଁ ସରକାର ଯୋଜନା ସାତ ସପନ

ଫୋକସ ପ୍ଲସ(କଙ୍କଡ଼ାହାଡ଼)୨୭/୦୮/୨୦୨୨: ହେ ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ ତୁ ମତେ ଜନ୍ମ ଦେଲୁ ସିନା, କିନ୍ତୁ ମୁଁ ତର ଆଶୀର୍ବାଦରେ ଛୋଟରୁ ବଡ ହୋଇପାରିଲି। କିନ୍ତୁ ମତେ ତୁ ସବୁ ଦେଇଥିଲୁ ହେଲେ ଏ ଆଖି ଦୁଇଟି କୁ ଛଡେଇ ନେଇ ଗୋଡଟିକୁ କାଟିଦେଲୁ କାହିଁ କି ? ହେଲେ ତ ନାମ ଧରି ମୁଁ ବଞ୍ଚିବା ଶିଖି ଗଲି ରେ କାଳିଆ। ତୋ ନାମ କେବେ ମୁଁ ଡାକିବା ବନ୍ଦ୍ କରିନି କି କରିପାରିବିନି। ମୁଁ ତତେ ଦେଖି ପାରୁନି ସତ କିନ୍ତୁ ତୁ ହେଉଛୁ ଜଗତ କର୍ତ୍ତା ସେହି ଜାଗା କାଳିଆ ।ମୁଁ ଜାଣିଛି କୁଆଡେ ତୁ ମାରିପାରୁ, ତାରିପାରୁ ,ଉଦ୍ଧାର ବି କରିପାରୁ। ହେ ଜଗତର ନାଥ ଜଗନ୍ନାଥ ମୋର ଏ ଦୃଷ୍ଟି ହୀନ ସାଙ୍ଗକୁ ବିକଳାଙ୍ଗ ମଣିଷକୁ ବଞ୍ଚିବା ଶିଖେଇ ଦିଅ। ଆସା ବାଡ଼ିକୁ ଧରିକି ଚାଲିବା ଶିଖିଛି ଏବଂ ଆଗକୁ ମଧ୍ୟ ଶିଖିବି,ହେଲେ ତର ନାମ ପ୍ରତି ମୁହୂର୍ତ୍ତରେ ଗାଈ ଗାଈ ମରିବି। ଏ ହୃଦୟ ଏ ମନ ଏ ପ୍ରାଣ କେବଳ ତୋରି ପାଇଁ କାଳିଆ। ମତେ ଆଖି ଦେଲୁନି ସିନା କିନ୍ତୁ ଏ ମନ, ପ୍ରାଣ,ଦେହ ତୋରି ପାଇଁ। ହେଲେ ତ ଉପରେ କେବେ ମୁଁ ରାଗ ଅଭିମାନ କରିନି କି କରିପାରିବିନି କାଳିଆ। ଆଜ୍ଞା ହଁ, ଆମେ କହୁଛୁ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୂର ଗାଁ ର ଯୁଝାର ପଧାନ ଙ୍କ ଦୃଷ୍ଟିହୀନ ସାଙ୍ଗକୁ ବିକଳାଙ୍ଗ ପୁଅ ଫକୀର ପଧାନଙ୍କ କଥା। ଯାହାର ବୟସ ୫୦ ବର୍ଷ, ବଞ୍ଚିବାର ପ୍ରଥମରୁ ବହୁ ଦୁଃଖ କଷ୍ଟରେ ଚଳି ଆସୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଟିଣ ଡବା ରେ ବାଜା ବଜାଇ ଜଗନ୍ନାଥ ଭଜନ ଗାଈ ବଞ୍ଚିବା ସିଖନ୍ତି। ଏମିତି ଦାରୁଣ ଦୁଃଖ ରେ ଚଳିବା ମଧ୍ୟ ଭାରୀ କଷ୍ଟ ଦାୟ ହୋଇପଡିଛି। ବୟସ ଥିଲା ବେଳେ ହାତରେ ବାଡି ସାଙ୍ଗକୁ ଟିଣ ଡବା ଧରି ଗାଁ ଗାଁ ସାହି ସାହି ବୁଲି ଭିକ୍ଷା ମାଗି ଚଳି ଆସୁଥିଲେ। ଏବେ ବୟସର ଅପରାହ୍ନ ରେ ଭିକ୍ଷା କରି ଚଳିବା ତାଙ୍କ ପାଇଁ ବଡ଼ କଷ୍ଟ କର ହେଉଛି। ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘର ଖଣ୍ଡିଏ ନା ଅଛି ଖାଇବାକୁ ଚାଉଳ ମୁଠାଏ । ଗାଧୋଇବା କିମ୍ବା ପିଇବାକୁ ପାଣି ଆବସ୍ଵକ ପଡ଼ିଲେ ନିଜେ ବିକଳାଙ୍ଗ ଗୁଡ଼ରେ ଚପଲ ନିଜେ ଲଗାଇ,ପାଣି ଆଣିବା ପାତ୍ର ଟିକୁ ଧରି ବାହାରି ପଡନ୍ତି। ନିଜେ ନଳ କୂପ ପାଖକୁ ଯାଇ ଦୃଷ୍ଟି ହୀନ ଆଖିକୁ ଧରି ପାଣି ଆଣୁଥିବା ଦେଖିବାକୁ ମିଳିଥାଏ । ତିନି ଭାଇ ମଧ୍ୟରୁ ଜଣେ ଭାଇ ନ ପଚାରିବାରୁ ଅନ୍ୟ ଏକ ଭାଇ ମୃତ୍ୟୁ କରିସାରିଛି। ମୃତ୍ୟୁ କରିଥିବା ଭାଇ ର ସ୍ତ୍ରୀ ଓ ଝିଅ ଏବେ ଦେଖା ଶୁଣା କରୁଛନ୍ତି। ସାନ ଭାଇ ଗୋଟିଏ ଇନ୍ଦିରା ଆବାସ ଗୃହ ପାଇଥିଲେ, କିନ୍ତୁ ସେଠାରେ ସାନ ଭାଇ ର ସ୍ତ୍ରୀ ଏବଂ ଝିଅ ରହୁଛନ୍ତି। ଦୃଷ୍ଟିହୀନ ବିକଳାଙ୍ଗ ଫକୀର ପଧାନ ଏବେ ଖୋଲା ମେଲା ଚାଳ ଘରେ ରହି ଆସୁଛନ୍ତି। ଅସରାଏ ବର୍ଷା ପଡ଼ିଲେ ସେହି ଚାଳ ଘରେ ମୁଣ୍ଡ ଗୁଞ୍ଜିବା ଅସମ୍ଭବ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ଯୋଜନା ପ୍ରଣୟନ କରୁଥିବା ବେଳେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇପଡ଼ିଛନ୍ତି ଫକୀର ପଧାନ।ସରକାରଙ୍କ ତରଫରୁ ମିଳୁଛି କହିଲେ କେବଳ ୫୦୦ ସହ ବିକଳାଙ୍ଗ ଭତ୍ତା। ତେବେ ଭତ୍ତା ବଢ଼ାଇବା ସାଙ୍ଗକୁ ଅନ୍ତୋଦୟ ଏବଂ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ଏବେ ସାଧାରଣରେ ଦାବି ହେଉଛି।

କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *