ଦେଓମାଳି ପର୍ବତର ଉନ୍ନତିକରଣ ନିମନ୍ତେ ନିଲାମ କାର୍ଯ୍ୟକ୍ରମ

ଫୋକସ ପ୍ଲସ (କୋରାପୁଟ)୨୭/୦୭/୨୦୨୨: ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଫିସ ଠାରେ ଓଡିଶାର ଉଚ୍ଚତମ ପର୍ବତ ଦେଓମାଳି ର ଉନ୍ନତିକରଣ, ସୁରକ୍ଷା ଏବଂ ସ୍ଵଚ୍ଚତା ନିମନ୍ତେ ପୂର୍ବରୁ ପୂର୍ବରୁ ସାଲେମ ଏସଏଚଜି ଗ୍ରୁପ କାର୍ଯ୍ୟକାରୀ କରିଆସୁଥିଲେ ସମସ୍ତନୀତିନିୟମ ବିଷୟବସ୍ତୁ ଙ୍କୁ ନେଇ କିନ୍ତୁ ନିୟମଅନୁଯାୟୀ ବାର୍ଷିକ ଏହି ଦେଓମାଳିର ଦାୟିତ୍ୱ କୋଟିଆ ପଂଚାୟତ ରେ ରହିଥିବା ଅନ୍ୟାନ୍ୟ ଏସଏଚଜି ଗ୍ରୁପମାନେ ମଧ୍ୟ କରିବା ପାଇଁ ଆଗରୁ ନୀଳାମି କାର୍ଯ୍ୟକ୍ରମ କରାଯାଇଥିଲା l ତେଣୁ ଆଜି ପଟ୍ଟାଙ୍ଗି ବ୍ଲକ ଅଫିସ ଠାରେ ପଟ୍ଟାଙ୍ଗି ବ୍ଲକ ଅଧିକାରୀ ସମ୍ୟକ ସାର୍ଥକ ମିଶ୍ରଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଜିପିଓ ପୁରୋହିତ ବାବୁ (ପଟ୍ଟାଙ୍ଗି), କୋରାପୁଟ ଜିଲ୍ଲାର ବିଜେଡି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଫୁଲ କୁମାର ପାଙ୍ଗି,ଫିରୋଜ଼ ଲିମା(ବ୍ଲକ ଲାଇଫହୁଡ କୋଡିନେଟର (ପଟ୍ଟାଙ୍ଗି ),କୋଟିଆର ସରପଞ୍ଚ ଲିଉ, ସମେତ କୋଟିଆ ପଂଚାୟତର ପ୍ରତେକ ଗ୍ରାମର ଏସଏଚଜି ଗ୍ରୁପ ମା ମାନଙ୍କ ଉପସ୍ଥିତିରେ ନିଲାମ କାର୍ଯ୍ୟକ୍ରମଟି ଅନୁଷ୍ଠିତ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଦେଓମାଳୀ ସ୍ଵଚ୍ଚତା, ଉନ୍ନତିକରଣ, ଏବଂ ସୁରକ୍ଷା ପାଇଁ କେତେଗୁଡିଏ ନୀତିନିୟମ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବସମୁଖରେ କହିବା ସହିତ ନୀଳାମି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇବା ସହିତ ଆରମ୍ଭ କରିଥିଲେ ଏହି ନୀଳାମି କାର୍ଯ୍ୟକ୍ରମରେ କୋଟିଆ ପଂଚାୟତର ପ୍ରାୟ 12ରୁ 13 ଗୋଟି ଏସଏଚଜି ଗ୍ରୁପ ମା ମାନେ ଭାଗନେଇଥିଲେ କିନ୍ତୁ ନୀଳାମି କାର୍ଯ୍ୟକ୍ରମ ଶେଷପର୍ଯ୍ୟାୟ ରେ ଗୁମେଲପଦର ଜାମରିପାୟ ଏସଏଚଜି ଗ୍ରୁପ 43,500 ଟଙ୍କା ରେ ନୀଳାମି କାର୍ଯ୍ୟକ୍ରମରେ ନିଲାମ କରିଥିଲା ଏବଂ ଆଗାମୀ ଦିନରେ ଦେଓମାଳି ପର୍ବତର ସମସ୍ତ ଦାୟିତ୍ୱ ନେବା ପାଇଁ ଆଗକୁ ବଢିଥିଲା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଜି ନୀଳାମି କାର୍ଯ୍ୟକ୍ରମ ରେ ଯେଉଁ ଗ୍ରୁପ ନୀଳାମି କରି ଦେଓମାଲିର ଉନ୍ନତି ନିମନ୍ତେ ହାତକୁ ନେଇଥିଲା ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଯାହାକି 43,500 ମାସିକ ଅନୁସାରେ ବାର୍ଷିକ 522,000 ଟଙ୍କା ର 30 ଶତକଡ଼ା ଯାହାକି 1,56,000 ଟଙ୍କା ପ୍ରଥମେ ପଇଠ କରିବା ସହିତ ଆଗାମୀ 70 ଶତକଡ଼ା ଛଅ ମାସ ମଧ୍ୟରେ ପଇଠ କରିବା ପାଇଁ ସେମାନଙ୍କୁ କୁହାଯିବା ସହିତ ଦେଓମାଳୀ ପର୍ବତର ଉନ୍ନତିକରଣ, ସ୍ୱଛତା ଏବଂ ସୁରକ୍ଷା ପାଇଁ ସର୍ବସମତି ରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *