ଫୋକସ ପ୍ଲସ(ବଡମ୍ବା)୧୫/୦୮/୨୦୨୨: ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ପୀଠ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିର୍ଣ୍ଣ ହୋଇଛି I ମନ୍ଦିର ବେଢାରେ ଲହଡି ଭାଙ୍ଗୁଛି ପାଣି ଚାଲିଆଡେ ଜଳମଗ୍ନ ସ୍ଥିତି,ମା ଙ୍କ ପୀଠ ଉପରେ ନଜର ରଖିଛି ବଡମ୍ବା ପ୍ରଶାସନ I ବନ୍ୟା ଜଳ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି ଭଟ୍ଟାରିକା ପୀଠ ରେ I କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟା ରିକା ପୀଠ ରେ ଆଜିଠାରୁ (15/08/22)ତା (17/08/22)ରିଖ ପର୍ଯ୍ୟନ୍ତ ବଡମ୍ବା ପ୍ରଶାସନ ତରଫରୁ 144ଧାରା ଲାଗୁ କରାଯାଇଛି I ମହାନଦୀର ଉପରମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ 34ଟି ଗେଟ ରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିର ଭିତରେ ବନ୍ୟାଜଳ ପ୍ରବେଶ କରି ମନ୍ଦିର ର ବେଢା ସମୁର୍ଣ୍ଣ ଜଳ ମଗ୍ନ ହୋଇଛି ଫଳରେ ମାଆଙ୍କ ପୂଜା, ନୀତିକାନ୍ତି ପାହାଡ଼ ଉପରେ ଥିବା ବନ୍ୟା ଆଶ୍ରୟ ସ୍ଥଳୀ ରେ କରାଯାଉଛି I ସେପଟେ ବନ୍ୟା ପାଣି ବଡମ୍ବା ବ୍ଲକ ର ଅନେକ ଲୋକଙ୍କ ଚାଷ ଜମି ରେ ପଶିଯାଇ ଥିବାରୁ ଚାଷୀକୁଳ ହତାଶ ହୋଇ ପଡିଛନ୍ତି I ପ୍ରତି ବର୍ଷ ମହାନଦୀ ରେ ବନ୍ୟା ଆସି ମନ୍ଦିର ରେ ପାଣି ପ୍ରବେଶ କରିବା ସଙ୍ଗେ ଆଖ ପାଖ ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇ ଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳ ର ଚାଷୀ ମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି I
ବଡମ୍ବା ରୁ କମଳା କଣ୍ଟା ସହୂ ଙ୍କ ରିପୋର୍ଟ ଫୋକସ ପ୍ଲସ |