ଦୋଷ ନଥାଇ ବାନ୍ଧି ନେଲା ପୋଲିସ

ଫୋକସ ପ୍ଲସ (ଭଦ୍ରକ)୧୩/୦୭/୨୦୨୨ : ଭାରତୀୟ ଆଇନ ଵେବସ୍ତା ଭାରତୀୟ ସମ୍ବିଧାନ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛିକି.ଶହେ ଦୋଷୀ ବରଂଙ୍ଗ ଖସି ଯାନ୍ତୁ କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନପାଉ.ହେଲେ ଆମେ ଏମିତି ଏକ ଘଟଣା ଆପଣଙ୍କ ସାମ୍ନାକୁ ଆଣିବୁ ଯାହାଆପଣଙ୍କୁ ଚକିତ କରିଦେବ। ବନ୍ତ ପୋଲିସ ଘରେ ପଶି ଉଠାଇ ଆଣୁଛି ନିର୍ଦ୍ଦୋଷ ଭିନ୍ନକ୍ଷମଙ୍କୁ। ସୂଚନାରୁ ପ୍ରକାଶ ଯେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନସ୍ତ ପଧାନପଡା ଗ୍ରାମରେ କାର୍ତିକ ଚନ୍ଦ୍ର ଜେନା ବୟସ (74)ପିତା ସ୍ବର୍ଗତ ଅଇଁଠି ଜେନା ଶ୍ରୀଯୁକ୍ତ ଜେନା ଜଣେ ଭିନ୍ନକ୍ଷମ ହୋଇଥିଲା ବେଳେ ବିନା ଦୋଷରେ ବନ୍ତ ପୋଲିସ ଏସ, ଆଇ(S. I) ପ୍ରସାଦ କୁମାର ଜେନା ଠିକଣା କାଟି ପଧାନପଡା କରିବା ସହ ସାଥିରେ ଏ, ଏସ, ଆଈ,(A.S.I) ମାନସ ପରିଡା ଓ ସାଥି ପୋଲିସ ମାନଙ୍କୁ ନେଇ ତାଙ୍କ ଘରୁ ଜୋର ଜରବ ଦସ୍ତ ପଶି ନାନାଦି ଭାଷାରେ ଗାଳି କରି ତାଙ୍କୁ ଉଠାଇ ଆଣିଥିଲା ବେଳେ ୱାରେଣ୍ଟ କପିରେ ଦସ୍ତଖତ କରିବାବେଳେ ଜାଣିବାକୁ ପାଇଥିଲା ଉକ୍ତ ବ୍ୟକ୍ତି ଚାଇଁପୁର ଗ୍ରାମର କାର୍ତିକ ଜେନା ବୋଲି।ତେବେ ପୋଲିସର ଏଭଳି ଅମାନବୀୟ କାମ ନେଇ ଶ୍ରୀଯୁକ୍ତ ଜେନା ଗଭୀର ଦୁଃଖ ପ୍ରକାଶ କରି ଏସ, ପି (S.P)ଙ୍କ ଦ୍ୱାରସ୍ତ ହେଇଥିଲେ ମଧ୍ୟ ସେ କୌଣସି ନ୍ୟାୟ ପାଇ ନାହାନ୍ତି, ଆଗାମୀ ପନ୍ଦର (15)ଦିନ ମଧ୍ୟରେ ଜଦି ଏହି ପୋଲିସ ବାବୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ବନ୍ତ ଭିନ୍ନକ୍ଷମ ସୁରକ୍ଷା ମଞ୍ଚ ସହିତ ସେ ଏସ, ପି(S. P) ଅଫିସ ଆଗରେ ଧାରଣା ବସିବେ ବୋଲି ପ୍ରକାଶ କରିଛନ୍ତି। ସେପଟେ ମଧ୍ଯ ସ୍ଥାନୀୟ ବୁଦ୍ଧିଜୀବୀ ଏହି ଘଟଣା କୁ ନିନ୍ଦା କରିବା ସହ ବନ୍ତ ପୋଲିସ ର ଏମିତି ମିଛ ଗିରଫଦାରୀକୁ ନିନ୍ଦା କରିଛନ୍ତି।

ଭଣ୍ଡାରିପୋଖରୀ ସଞ୍ଜିବ ସେନାପତି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *