ଦୟାବତୀଙ୍କ ଚକ୍ଷୁ ଦାନ

ଫୋକସ ପ୍ଲସ(ନର୍ଲା)୦୭/୦୮/୨୦୨୨ :କଳାହାଣ୍ଡି ଜିଲ୍ଲା ନର୍ଲାର ଦୟାବତୀ ଅଗ୍ରୱାଲ ଆଖି ଓ ଶରୀର ଦାନ କରିଛନ୍ତି। କମ ପାଠପଢିଥିଲେ ମଧ୍ୟ ଜୀବନ ଦର୍ଶରେ ବେଶ ଉଚ୍ଚ କୋଟିର ବିଚାର ରଖିଥିବା ନର୍ଲାର ୮୧ ବର୍ଷିୟ ଦୟାବତୀଙ୍କ ଆଜି ରବିବାର ଅପରାହ୍ନ ୪.୩୦ ସମୟରେ ଭୁବନେଶ୍ୱରରେ ଏମ୍ବ୍ରୀ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଶରୀରରେ ପାଣି ଜମିଥିବା ନେଇ ସେ ଗତ ୭ ଦିନ ହେଲା ଏମ୍ବ୍ରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ୨୦୧୯ ରେ ନିଜ ପରିବାର ବର୍ଗ ସ୍ୱାମୀ ସ୍ୱର୍ଗତ ରାମଚନ୍ଦ୍ର ଅଗ୍ରୱାଲ, ପୁତ୍ର ଅଶୋକ ଅଗ୍ରୱାଲ, ଅନୀଲ ଅଗ୍ରୱାଲ, କନ୍ୟା ସନ୍ତୋଷ ଅଗ୍ରୱାଲଙ୍କ ସହ ଆଲୋଚନା କରି ତାଙ୍କର ଆଖି ଯେ କୌଣସୀ ଭାରତୀୟ ଚକ୍ଷୁହୀନଙ୍କ ଉପଯୋଗ ପାଇଁ ଏବଂ ତାଙ୍କ ଶରୀର ଆଇଏମ୍ଏସ୍ ଓ ସମ୍ ହସପିଟାଲ କୁ ଦାନ କରିଛନ୍ତି ମେଡିକାଲ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ବିନିଯୋଗ ପାଇଁ । ସେ ୨୦୧୯ ରେ ଷ୍ଟାମ୍ପ ପେପର ରେ ଲିଖିତ ନାମା ଲେଖି ଦେଇଥିଲେ । ତାଙ୍କ ନିଧନରେ ନର୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ଦୁଇ ପୁତ୍ର ଅଶୋକ, ଅନୀଲ ଓ ଝିଅ ସନ୍ତୋଷ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ହେଲେ ନର୍ଲାର ଆଦରଣୀୟା ମହିଳା ଦୟାବତୀ ଅଗ୍ରୱାଲଙ୍କ ଏଭଳି ଶରୀର ଓ ଚକ୍ଷୁଦାନ ଖବର ଜାଣିବା ପରେ ଦୟାବତୀଙ୍କ ପାଇଁ ନର୍ଲା ଅଞ୍ଚଳବାସୀ ଓ ତାଙ୍କ ବନ୍ଧୁ ପରିଜନଙ୍କ ହୃଦୟରେ ତାଙ୍କପ୍ରତି ଶ୍ରଦ୍ଧା ଅନେକ ଗୁଣ ବଢିଯାଇଛି । ଲୋକେ ଭୂୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ତାଙ୍କ ସ୍ୱାମୀ ସ୍ୱର୍ଗତ ରାମଚନ୍ଦ୍ର ଅଗ୍ରୱାଲ ଗତ ୨୦୧୯ ଅକ୍ଟୋବର ମାସରେ ପରଲୋକ ଗମନ କରିଥିଲେ । ସେ ମଧ୍ୟ ତାଙ୍କ ଅନ୍ତିମ ସମୟରେ ତାଙ୍କର ଚକ୍ଷୁଦାନ କରିଯାଇଛନ୍ତି । ଦୟାଦେବୀଙ୍କ ମାନବ ସମାଜ ପ୍ରତି ଏଭଳି ଅବଦାନ କୁ ନର୍ଲା ର ବିଭିନ୍ନ ମହଲରେ ଭୂୟସୀ ପ୍ରସଂସା କରାଯାଇଛି ।

Leave a Reply

Your email address will not be published. Required fields are marked *