ଧନୁଯାତ୍ରା ଅନୁଷ୍ଠିତ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ଫୋକସ ପ୍ଲସ(ବରଗଡ଼)୨୫/୦୮/୨୦୨୨: କୋଭିଡ କଟକଣା ଯୋଗୁଁ ଦୀର୍ଘ 2 ବର୍ଷ ଧରି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଏନେଇ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ଡିସେମ୍ବର 27 ତାରିଖ 2022 ରୁ ଜାନୁୟାରୀ 6 ତାରିଖ 2023 ପର୍ଯ୍ୟନ୍ତ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ l ଦେଶ ସ୍ୱାଧୀନ ହେବାଦିନ ଠାରୁ ବରଗଡ଼ରେ ଧନୁଯାତ୍ରା ମାଧ୍ୟମରେ ସ୍ୱାଧୀନତା ଉତ୍ସବ ପାଳନ କରିଆସୁଛନ୍ତି l ତେବେ ଆଜି ସାରା ଦେଶରେ ଦେଶ ସ୍ୱାଧୀନତାର 75 ବର୍ଷ ପୁର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବାରୁ ଚଳିତ ବର୍ଷ ମଧ୍ୟ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପ୍ଲାଟିନମ ଜୁବଲୀ ପାଳନ କରିବ ଓ ଅନ୍ୟ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷର ଧନୁଯାତ୍ରା ଆହୁରି ଅଧିକ ସରସ ସୁନ୍ଦର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା |

ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ବୈଠକରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ଙ୍କ ସହିତ ଧନୁଯାତ୍ରା କମିଟିର ସମସ୍ତ ବିଭାଗୀୟ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l କରୋନା ମହାମାରୀ ରେ ଅନେକ କଳାକାର ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ଓ ପରେ ସମସ୍ତ ବିଭାଗର ସଦସ୍ୟ ମାନେ ନିଜ ନିଜର ମତାମତ ରଖିଥିଲେ |

ବରଗଡ଼ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *