ଧରା ପଡିଲା ଚୋରା, ସୁନା ଗହଣା ଜବତ

ଫୋକସ ପ୍ଲସ (ଗୁଣପୁର )୨୬/୦୭/୨୦୨୨: ଗୁଣପୁର ସହର ନିକଟସ୍ତ ସାନ ଆଚବା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରେ କେହି ନଥିବାର ବେଳେ ଗତ ୨୨ ତାରିଖରେ ୪୦ ଭରି ସୁନା ଅଳଙ୍କାର ଚୋରି ହୋଇଯାଇଥିବା ନେଇ ଗୁଣପୁର ଥାନାରେ କୃଷ୍ନ ଅଭିଯୋଗ କରିଥିଲେ। ଏତଲାକୁ ଭିତି କରି ଗୁଣପୁର ପୁଲିସ ପକ୍ଷରୁ ତନାଘନା ଜାରୀ ରହିଥିଲା। ଏନେଇ ରାୟଗଡ଼ା ଠାରୁ ଏକ ଟିମ୍ ଆସି ଅନୁସନ୍ଧାନି କୁକୁର ସାହାଯ୍ୟରେ ସେହିଗ୍ରାମର ଏକ ବ୍ୟକ୍ତି ଚୋରୀ କରିଥିବା ସନ୍ଦେହ ରେ ଚିହ୍ନଟ କରି ଗିରଫ କରାଯାଇଥିଲା। ପରେ ଉକ୍ତ ବ୍ୟକ୍ତିକୁ ଗୁଣପୁର ଥାନାକୁ ଅଣାଯାଇ ପଚରା ଉଚରା କରିବାପରେ ସେନିଜେ ଦୋଷକୁ ସ୍ୱୀକାର କରିଥିଲା। ସୁନାଗହଣା ଗୁଡିକୁ ନିଜ ଘର ବାଡିପଟେ ଏକ ତକିଆ ଭିତରେ ରଖିଥିବା ଜଣାଇଥିଲେ। ଏହି ଚୋରୀ ଘଟଣାରେ ତାଙ୍କ ବାପା ଓ ତାଙ୍କ ବଡ଼ଭାଇ ଯଡିତ ଥିବା ମଧ୍ୟ କହିଥିଲା। ଆଚବା ଗ୍ରାମକୁ ଯାଇ ସେହି ବ୍ୟକ୍ତି ଲୁଚାଇରଖିଥିବା ସୁନାଗହଣକୁ ଜବତ କରିବା ପରେ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କୃଷ୍ଣଚନ୍ଦ୍ର ଳଙ୍କୁ ଜବତ ସୁନା ଗହଣା ପ୍ରଦାନ କରାଯାଇଥିଲା।ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ତଥା ବାପା ଏବଂ ବଡ଼ ଭାଇ ଫେରାର ଅଛନ୍ତି ସେ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ ପି ଲଲିତ୍ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଥାନା ଏସ୍ ଡି ପିଓ ଅଜୟ କୁମାର ବାରିକ୍, ଥାନା ଅଧିକାରୀ ଆଶ୍ରିତା ଖାଲକୋ, ଏସ୍ ଆଇ ଅଶୋକ କୁମାର ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଗୁଣପୁର ରୁ ପ୍ରଭାତ ମିଶ୍ରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *