ଧର୍ମଗଡ଼ ରେ ୨୮ ତମ ବିଶ୍ୱ ଆଦିବାସୀ ଦିବସ

ଫୋକସ ପ୍ଲସ(କଳାହାଣ୍ଡି )୦୯ /୦୮/୨୦୨୨: ଆଜି କଳାହାଣ୍ଡି ଧର୍ମଗଡ଼ ରେ ୨୮ ତମ ବିଶ୍ୱ ଆଦିବାସୀ ଦିବସ ଅବସରରେ ସମଗ୍ର କଳାହାଣ୍ଡି ର ଶହ ଶହ ଆଦିବାସୀ ଏକତ୍ରିତ ହୋଇ ଧର୍ମଗଡ଼ ମା ଭଣ୍ଡାରଘରଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ତାଙ୍କର ପାରମ୍ପରିକ ରୀତିନୀତି ରେ ସହର ପରିକ୍ରମା କରିଥିଲେ। ଆଦିବାସୀ ମାନଙ୍କ ନିଆରା ନୃତ୍ୟ ଗୀତ ସହ ହାତରେ ଖଣ୍ଡା, ଧନୁତୀର, ଟାଙ୍ଗିଆ ପରି ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରାରେ ସମଗ୍ର ସହର ପ୍ରକମ୍ପିତ ହୋଇଉଠିଥିଲା।ନିକଟ ଅତୀତରେ ଆଦିବାସୀ ସମ୍ପ୍ରଦାୟର ର ଜଣେ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦ ମହାମହିମ ରାଷ୍ଟ୍ରପତି ଭାବରେ ଅଳଙ୍କୃତ ହୋଇ ଥିବାରୁ ସେମାନେ ବହୁ ଆନନ୍ଦ ମୁଖର ହୋଇ ଏହି ଆଦିବାସୀ ପର୍ବ କୁ ଉପଭୋଗ କରିଥିଲେ।ନିଜ ନିଜ ଚିରାଚରିତ ଭେଶ ଓ ତାଙ୍କ ର ନାଚ କଳାକୁ ପ୍ରଦର୍ଶନ କରିଥିଲେ।ଆଦିବାସୀଙ୍କ ଆଦିମ କାଳର କଳାକୃତି କୁ ଅଗାମିଦିନରେ ବି ବଞ୍ଚାଇ ରଖିବେ ବୋଲି ମତ ପୋଷଣ କରିଥିଲେ। ଶୋଭାଯାତ୍ରା ସାରି ବିଜୁକଲ୍ୟାଣ ମଣ୍ଡପରେ ଏକତ୍ରିତ ହୋଇ ଧୁମଧାମରେ ପାଳନ କରିଥିଲେ।

ଧର୍ମଗଡ଼ ବିଶ୍ୱରଂଜନ ପାତ୍ର ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *