ଧାମରା ବନ୍ଦରରେ ନିଯୁକ୍ତି ପାଇଁ ଧାମରା-ଭଦ୍ରକ ରେଳ ରୋକ କଲା କଂଗ୍ରେସ।

ଚାନ୍ଦବାଲି20/01/2024: ଧାମାର ବନ୍ଦରରେ ସ୍ଥାନୀୟ ଯୁବକ ଓ ଯୁବତୀଙ୍କ ନିଯୁକ୍ତି ଦାବୀ ନେଇ ଗଦି ବଜାର ନିକଟସ୍ଥ ଭଦ୍ରକ-ଧାମରା ରେଲୱେ ଟ୍ରାକ ଉପରେ ଭଦ୍ରକ ଜିଲ୍ଲାର ଯୁଵ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଯୁଵ କଂଗ୍ରେସ ସଭାପତି ଶକ୍ତି ପ୍ରତାପ ବିଶ୍ୱାଳଙ୍କ ମିଳିତ ଆହ୍ୱାନରେ ୧୦ ଦଫା ଦାବି ନେଇ ୮ଘଣ୍ଟା ଧରି ରେଳ ରୋକ ସହିତ ଗଣଧାରଣା ଦେଇଛି କଂଗ୍ରେସ। ତେବେ କଂଗ୍ରେସର ଅଭିଯୋଗ ଅନୁଯାୟୀ ଧାମରା ବନ୍ଦରରେ ସ୍ଥାନୀୟ ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ, ଭଦ୍ରକ ଜିଲ୍ଲା ରେ ପ୍ରତ୍ୟେକ ବ୍ଲକ କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯିବା ଭଳି ଏମିତି ୧୦ ଗୋଟି ଦାବିନେଇ ଗଣଧାରଣା ଦେଇଥିଲା କଂଗ୍ରେସ। ଧାମରା ଆଦାନୀ ପୋର୍ଟର ମନମାନିକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳ ତଥା ଚାନ୍ଦବାଲି ଓ ଧାମରାରୁ ବହୁ ମହିଳା ଏବଂ ଚାଷୀଙ୍କ ସହ ହଜାର ହଜାର ସଂଖ୍ୟାର କଂଗ୍ରେସ କର୍ମୀମାନେ ଏହି ଗଣଧାରଣାରେ ଯୋଗଦେଇଥିଲେ। ତେବେ କଂଗ୍ରେସ୍ ଦୀର୍ଘ ୮ ଘଣ୍ଟା ଧରି ରେଳ ରୋକ୍ କରିବା ପରେ ଆଦାନୀ କମ୍ପାନୀର କତୃପକ୍ଷ ଧାରଣା ସ୍ଥଳରେ ପହଞ୍ଚି ଧାରଣା ଦେଇଥିବା ନେତ୍ରୁ ମଣ୍ଡଳୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସପ୍ତାହ ମଧ୍ୟରେ କମ୍ପାନୀ କତୃପକ୍ଷ ଦାବୀ ଗୁଡ଼ିକ ପୂରଣ କରିବେ ବୋଲି ଲିଖିତ ଆକାରରେ ଜଣାଇବେ ବୋଲି କହିବାରୁ ଧାରଣା ସ୍ଥଳରୁ ଉଠିଥିଲେ କର୍ମୀ। ଅନ୍ୟପଟେ ଯଦି ଆଦାନୀ କମ୍ପାନୀ ଦେଇଥିବା ପ୍ରତିଶୃତି ସାତ ଦିନ ମଧ୍ୟରେ ଲିଖିତ ଭାବରେ ନଦିଏ ବା ପୂରଣ ନକରେ ତାହେଲେ ଯୁଵ କଂଗ୍ରେସ ପୁଣି ଆଗାମୀ ମାସରେ ପୁନଃ ଧାରଣା ଦବ ବୋଲି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *