ଧାରଣା ରେ ବସିଲେ ଜମୀହରାମାନେ

ଚାଳିଷ ବର୍ଷ ପୂର୍ବେ ପାରାଦ୍ବୀପ ବୃହତ୍ ସାର କାରଖାନା ପିପିଏଲ କମ୍ପାନୀ ଜମୀହରାମାନଙ୍କୁ ଦେଇଥିବା ପ୍ରତିଶୃତି ପୁରଣ ନକରିବାରୁ ପିପିଏଲ୍ ଫାଟକ ବନ୍ଦ କରାଯାଇଛି, ଜମିହରା କାରୀମାନଙ୍କ ଦାବି ପୁରଣ ପାଇଁ ବାରମ୍ବାର ଦାବିପତ୍ର ଦେବା ପରେ ମଧ୍ୟ ପିପିଏଲ୍ କର୍ତ୍ତୁପକ୍ଷ କର୍ଣ୍ଣପାତ କରୁନଥିବାରୁ କମ୍ପାନୀ ଫାଟକ ରେ ତାଲା ପକାଇବାକୁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ | 186 ଏକର ରୁ ଉର୍ଦ୍ଧ ଜମି ପିପିଏଲ୍ କର୍ତ୍ତୁପକ୍ଷ ଜବର ଦଖଲ କରି ରଖିଛି, ଏହାକୁ ଜବର ଦଖଲ ମୁକ୍ତ କରିବା ପାଇଁ ଦାବି ବାରମ୍ବାର କରାଯାଇଥିଲା | କମ୍ପାନୀ ପକ୍ଷରୁ ଭୃକ୍ଷେପ କରାଯାଉ ନ ଥିବା ପିପିଏଲ୍ ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନକାରୀ ମାନେ ଧାରଣା ରେ ବସିଛନ୍ତି | ପିପିଏଲ୍ ପରିସର ମଧ୍ୟରେ ଥିବା 800 ଏକର ଗାଡ଼ିଆ ଜମି କୁ କୈବର୍ତ୍ତ ପରିବାର କୁ ମାଛ ଚାଷ କରି ପାରିବାର ପ୍ରତିପୋଷଣ କରିବା ନିମନ୍ତେ ଦେବାକୁ ଦାବି କରିଥିଲା କମିଟି | ସବୁଠାରୁ ବଡ କଥା ହେଉଛି ଜମିହରା ପରିବାର ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ଜମିର ବର୍ଦ୍ଧିତ ମୂଲ୍ୟ ଏକକାଳୀନ ଡିପୋଜିଟ୍ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦେଇଥିଲେ ମଧ୍ଯ ତାହା ପାଳନ ନକରିବା , ଜମିହରା ପକ୍ଷ୍ୟରୁ ପଞ୍ଜୀକରଣ ହୋଇଥିବା ସମିତି କୁ ଠିକା କାମ ଯୋଗାଇ ଦେବା ଓ ବିଶେଷ କରି ପାରିପାର୍ଶ୍ୱିକ କାର୍ଯ୍ୟ କୁ ତ୍ଵରାନ୍ଵିତ କରିବା ପାଇଁ କମିଟି ଦାବି କରିଥିଲା | ତେଣୁ କେହି ନ ଶୁଣିବାରୁ ଆଜି ସକାଳୁ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣା ଆରମ୍ଭ ହୋଇଛି |

Leave a Reply

Your email address will not be published. Required fields are marked *