ଫୋକସ ପ୍ଲସ(ଗଞ୍ଜାମ): ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ଗତକାଲି ୨.୩୦ ସଂ,ସମୟରେ ପହଞ୍ଚିଛିଥିଲା ଅହିଂସା ରଥ । ଅହିଂସା ରଥ ପହଞ୍ଚିବା ପରେ ଶେରଗଡ଼ ଗୋଷ୍ଟୀଉନ୍ନୟ ଅଧିକାରୀ ଦେବାଶିଷ ବରାଲ, ତହସିଲଦାର ଡ଼.ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ,ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ,ବ୍ଲକ ଯୁବ ସଭାପତି ସନ୍ତୋସ କୁମାର ପଟ୍ଟନାୟକ,ନିର୍ବାଚିତ ସମସ୍ତ ଜନପ୍ରତିନିଧି,ସମସ୍ତ ବିଜୁ କର୍ମୀ,ତଥା ସ୍କୁଲର ଛାତ୍ରଛାତ୍ରୀ ,ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ଶଙ୍ଖ ହୁଳହୁଳି ଦେଇ ଅତି ଆଡମ୍ବର ସହ ସ୍ଵାଗତ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶୋଭାଯାତ୍ରା କରି ଅହିଂସା ରଥ ଶେରଗଡ଼ ବ୍ଲକ ଠାରୁ ବାହାରି ଶେରଗଡ଼ ମହାତ୍ମାଗାନ୍ଧୀ ସ୍କୁଲରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l
ସ୍କୁଲରେ ପହଂଚିବା ସମୟରେ ଶତାଧିକ ଛାତ୍ରଛାତ୍ରୀ ପାରମ୍ପlରିକ ନାଚଗୀତ ସହ ଭବ୍ୟ ସ୍ୱାଗତ ଜଣାଇଥିଲେ lଏହା ପରେ ଅହିଂସା ରଥ ଜଗନ୍ନାଥ ମନ୍ଦିର ସାମ୍ନାରେ ପହଂଚି ଏକ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ଅହିଂସା ରଥ ପରିକ୍ରମାର ଉଦେଶ୍ୟ ଉପରେ ନେତୃବୃନ୍ଦ ମାନେ ଉଦବୋଧନ ଦେବାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ପ୍ରଦର୍ଶନ ହୋଇଥିଲା l ଏହି ଶୋଭାଯାତ୍ରା ମୁଖ୍ୟ ରାଜରାସ୍ତା ଦେଇ ହୋଇଥିବା ଯୋଗୁଁ ଟ୍ରାଫିକ ସମସ୍ୟା କୁ ଆଖିଆଗରେ ରଖି ପୋଲିସ କର୍ମଚାରୀ ମାନେ ନିୟୋଜିତ ହୋଇ ନିଜର ଗୁରୁ ଦାୟିତ୍ୱ ତୁଲାଇଥିଲେ l ଅହିଂସା ରଥର ମୁଖ୍ୟ ତାପ୍ତର୍ଯ୍ୟ କଣ ତାହା ଡିଜିଟାଲ ପରଦା ମାଧ୍ୟମରେ ଦର୍ଶକ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା l ଏଥିରେ ଗଞ୍ଜାମ ଜିଲ୍ଲାର ନୂତ୍ୟ କଳାର ଅଧିକାରୀ ମାନେ ଯୋଗ ଦେଇଥିଲେ l ହରିଚରଣ ମିଶ୍ର କହିଥିଲେ ପ୍ରଥମେ ଆମକୁ ପୋଡାମାରି, ଦିଗପହଣ୍ଡିରେ ମଧ୍ୟ ଅହିଂସା ରଥକୁ ସ୍ୱlଗତ କରିଥିଲେ l ଶେଷରେ ଶେରଗଡ଼ ବ୍ଲକରେ ଯେଉଁ କାଯ୍ୟକ୍ରମ ହେଲା ସବୁଠାରୁ ଉତ୍ତମ ହୋଇଥିଲା l ଶେରଗଡ଼ର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ l ସେ କହିଥିଲେ ଏତେ ପରିମାଣରେ ଜନସାଧାରଣ ଯୋଗ ଦେଇ ଆମକୁ ସ୍ୱlଗତ କରିଥିଲେ ବହୁତ ଖୁସି ଲାଗିଲା l କାଯ୍ୟକ୍ରମ ଆରମ୍ଭ ହେଵା ସମୟରେ ବର୍ଷା ରାଣୀ ମଧ୍ୟ୍ୟ ସ୍ୱାଗତ କରିଥିଲା l
ଶେରଗଡ଼ରୁ ରାଜୀବ କୁମାର ପ୍ରଧାନଙ୍କ ରିପୋର୍ଟ