ଧୁମଧାମ ରେ ରଜ ମହୋତ୍ସବ ପାଳନ

ଫୋକସ ପ୍ଲସ ୧୪/୬/୨୨(ପୋଲସରା): ଗଂଜାମ ଜିଲ୍ଲା ପୋଲସରା ଥାନା କସିପଡା ଗ୍ରାମଠାରେ ଏକ ନୂତନ ପୋଲିସ ସହାୟକ କେନ୍ଦ୍ର ଗୃହ ପତିଷ୍ଠା ହୋଇଯାଇଛି । ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ ଭାବେ ଯୋଗଦେଇ ବିଧିବଦ୍ଧ ଭାବେ କେନ୍ଦ୍ର ଗୃହର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସତ୍ୟବ୍ରତ ଭୋଇ , ଦକ୍ଷିଣାଚଳ ଆରକ୍ଷୀ ମହାନିରିକ୍ଷକ ବ୍ରହ୍ମପୁର ଯୋଗଦେଇ ସହଯୋଗ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରିଜେଶ କୁମାର ରାଏ , ସୁଯ୍ୟମଣି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହା ପୂର୍ବରୁ ମାନ୍ୟବର ମନ୍ତ୍ରୀ ମା ସିଂହାସନୀଙ୍କ ପିଠରେ ଏକ କାଯ୍ୟଳୟ ଗୃହକୁ ପଚାଶ ହଜାର ଲିଟର ର କ୍ଷମତା ଧାରଣ ବିଶିଷ୍ଟ ପିଇବା ପାଣି ର ଉତଳ ଜଳଭଣ୍ଡାର ଉଦଘାଟନ କରିଥିଲେ । ଅତିଥି ମାନଙ୍କୁ ମନ୍ଦିର ପରିଚାଳନା କମିଟି ଓ ପଣ୍ଡିରିପଡା, କଷିପଡା ଗ୍ରାମବାସୀଙ୍କ ଦ୍ବାରା ପରମ୍ପରା ଅନୁସାରେ ସ୍ଵାଗତ ଏବଂ ସମ୍ବଦ୍ଧନା କରାଯାଇଥିଲା । କାଯ୍ୟକ୍ରମରେ ଉକ୍ତ ପଣ୍ଡିରୀପଡ଼ା ପଞ୍ଚାୟତ ବସୀ ସମେତ ସରପଞ୍ଚ ସମିତିସଭ୍ୟ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା , ପୋଲସରା ଅନଏସି ନଗରପଳ ସଂଯୁକ୍ତ ବେହେରା ଓ ଉପନଗରପଳ ସନ୍ତୋଷ କୁମାର ସେଠୀ , ପୂର୍ବତନ ନଗର ପାଳ ପ୍ରଫୁଲ୍ଲ ପ୍ରଧାନ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *