ଧୂପକାଠି ଗୋଦାମରେ ରେଡ଼ ଜଣେ ଅଟକ ।

ଫୋକସ ପ୍ଲସ 4/12/2022(ଠାକୁରମୁଣ୍ଡା ):ମୟୂରଭଞ୍ଜ ଜିଲ୍ଲାର ଶେଷ ସୀମାରେ ଥିବା ରରୁଆଁ ବଜାରରେ ବିଳମ୍ବିତ ରାତ୍ରରେ ଏକ ଧୂପକାଠି ଗୋଦାମ ଘରେ ରେଡ଼ କରିଛି ରରୁଆଁ ପୋଲିସ । ଲକ୍ଷାଧିକ ଟଙ୍କାର ଅସଲି ବ୍ରାଣ୍ଡ ନକଲି ଧୂପକାଠି ଗୋଦାମ ଘରେ ଦେଖିବାକୁ ମିଳିଥିଲା।ନକଲି ଧୂପକାଠି ଚେର କେତେ ଲମ୍ଭିଛି ତାହା ତଦନ୍ତ କରୁଛି ପୋଲିସ । ପୋଲିସ ଲକ୍ଷାଧିକ ଟଙ୍କାର ନକଲି ଧୂପକାଠି ସିଜ କରିବାରେ ସଫଳ ହେଇଛି । ନକଲି ଧୂପକାଠି ଅସଲି ବ୍ରାଣ୍ଡ ନାଁରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି କରିଆସୁଥିଲେ ଜଣେ ଯୁବକ । ଏହି ଘଟଣା କୁ ଗୁରୁତ୍ୱର ସହ ନେବା ସହିତ ଅଧିକ ତଦନ୍ତ କରୁଛି ପୋଲିସ । ନକଲି ଧୂପକାଠି ରଖିବା ଅଭିଯୋଗରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ରରୁଆଁ ପୋଲିସ।

Leave a Reply

Your email address will not be published. Required fields are marked *