ଧୋକାବାଜି ପ୍ରେମିକ -ପ୍ରେମିକା କୁ ଅପହରଣ ପରେ ମାରିଦେବା କୁ ଉଦ୍ୟମ -ଥାନାରେ ଅଭିଯୋଗ।

ଏ ହେଉଛି ସେହି  ଧୋକାବାଜ ପ୍ରେମିକ।ମିଛରେ ଭଲ ପାଇଁବା ଅଭିନୟ କରି ଜଣେ ୨୦ବର୍ଷୀୟ ଯୁବତୀ ଙ୍କୁ  ଅପହରଣ କରି  ଶେଷରେ ଜୀବନ ରେ ମାରିଦେବା କୁ କରିଛି ଉଦ୍ୟମ ।ଯାହା ଏବେ  ଧର୍ମଗଡ଼ ଥାନାରେ ଅଭିଯୋଗ ହେଇଛି।ଧର୍ମଗଡ଼ ଥାନା ଅନ୍ତର୍ଗତ  ମେରଘରା ଗ୍ରାମର ଘନଶ୍ୟାମ ଭାଇସାଲ ଓ ତାଙ୍କର ଦୁଇ ସାଙ୍ଗ  ଚିଲଚିଲା ଗ୍ରାମର ଜଣେ ୨୦ବର୍ଷୀୟ ଯୁବତୀ ଙ୍କୁ ଅପହରଣ କରି ଜୀବନରୁ ମାରିଦେବା କୁ ଉଦ୍ୟମ କରିଥିଲେ। ସୂଚନାଯେ ଦୁହିଁଙ୍କ ମଧ୍ୟରେ ଦୀର୍ଘ ୨ବର୍ଷ ହେବ ପ୍ରେମ ସମ୍ପର୍କ ଗଢିଉଠିଥିଲା।ଗତ ୧oତାରିଖ ଦିନ ରାତି ୧୧ଟା ସମୟରେ ଯୁବତୀ ଜଣକୁ ନିଜ ଗାଁ ରୁ ଘନଶ୍ୟାମ ଓ ତାଙ୍କ  ଦୁଇ ସାଙ୍ଗ ମିଶି   ଅପହରଣ କରିନେଇଥିଲେ।ତେବେ କିଛି ଦୂର ରେ ଥିବା ବିଜୁ ଏକ୍ସପ୍ରେସ ରାସ୍ତା କଡ଼ ରେ ଝିଅ କୁ  ମାଡ଼ ପିଟ କରିବା ସହ ଗୋଟାଏ ହାତ କୁ ଛୁରା ମାଡ଼ କରିଥିଲେ।ଏହାପରେ ଯୁବତୀ ଜଣକ ବେହୋସ ହୋଇ ଯାଇଥିଲେ।ପରେ ସେହି ସୈତାନ ପ୍ରେମିକ ନିଜ ମଟର ସାଇକେଲ ରେ ମୁର୍ମୁସ ଅବସ୍ଥାରେ ଧର୍ମଗଡ଼ ଡାକ୍ତର ଖାନା ରେ ଭର୍ତ୍ତି କରାଇଥିଲେ। ଏନେଇ ଝିଅ ର ପରିବାର ଗତ ୧୧ତାରିଖ ଦିନ ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ର ୪ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ କେଶ ରେଜିଷ୍ଟ୍ରି କରି ହାତ ଖାଲି କରି ବସିଛି।ନା ନେଉଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନା ମିଳି ପାରୁଛି ସରଳ ଯୁବତୀ ଙ୍କୁ ନ୍ୟାୟ।ଏପରି କି ଅଭିଯୁକ୍ତ ମାନେ ଖୋଲମ ଖୋଲା ବୁଲୁଥିବା ବେଳେ ପୋଲିସ ଯୁବକ ମାନେ ଫେରାର ଥିବା କହୁଥିବା ପରିବାର ଲୋକେ କହନ୍ତି।
ତେବେ ଏହି ପିଡିତା ଜଣକ କେବେ ନ୍ୟାୟ ପାଇବ ଦେଖିବାକୁ ବାକି ରହିଲା।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ  ସେତୁରାମ୍  ଭକ୍ତ ଙ୍କ ସହ ତ୍ରିଲୋକ୍ୟ ବେଶ୍ରା ଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *