ନକଲି ମଦ କାରବାରରେ ଜଣେ ଗିରଫ |

ଫୋକସ ପ୍ଲସ ୨୧/୧/୨୩(ଜଗତସିଂହପୁର):ଜଗତସିଂହପୁର ଜିଲ୍ଲାର ସମଗ୍ର ତିର୍ତୋଲ ଅଞ୍ଚଳରେ ଦୀର୍ଘ ବର୍ଷବର୍ଷ ଧରି ଚୋରା ନକଲି ମଦ କାରବାର ର ଏକ ବଡ଼ ରାକେଟ ବଜାର ଓ ଗାଁ ଗହଳିରେ ବ୍ୟାପକ ନିଶା କାରବାର ଚଳାଇ ଆସୁଥିଲେ । ଏହି ରାକେଟକୁ ଧରିବାକୁ ଦୀର୍ଘଦିନଧରି ତିର୍ତୋଲ ଅବକାରୀଥାନା ବିଭାଗୀୟ ଅଧିକାରୀମାନେ ଜାଲବିଛାଇ ଥିଲେ | ତେବେ ଗତ ଜାନୁଆରୀ ୨୦ ତାରିଖ ଦିନ ଏହି ରାକେଟ କୁ ଧରିବାକ୍ଷେତ୍ରରେ ଅବକାରୀ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି ଅନୁସନ୍ଧାନରୁ ଜଣାଯାଇଛି, ତିର୍ତୋଲଥାନା ତୁଳଙ୍ଗ ପଞ୍ଚାୟତ ଅଧିନ ପୋଇଓ ଗ୍ରାମର ଜିତୁରଞ୍ଜନ ପାତ୍ର ନାମକ ଜଣେ ଯୁବକ ଘରର ଚତୁଃପାର୍ଶ୍ଵ କୁ ଘେରାଉ କରି ବିପୁଳପରିମାଣର ନକଲି ମଦକୁ ଜବତ କରିବା ସହିତ ଜିତୁକୁ ରେଡହ୍ୟାଣ୍ଡ ରେ ଧରି ଗିରଫ କରିଛନ୍ତି।ସକାଳ ବେଳା ଦଳବଳ ସହିତ ତିର୍ତୋଲ ଅବକାରୀଥାନା ର ଭାରପ୍ରାପ୍ତ ଅଧିକାରୀ ଶୁଭେନ୍ଦୁ କୁମାର ପୁହାଣ ଏଏସଆଇ ବଳରାମ ଦାଶ ଙ୍କ ସମେତ କନେଷ୍ଟବଳ ମନୋଜ କୁମାର ପରିଡା, ସୁମନ୍ତ କୁମାର ମହନ୍ତ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଓ କଲ୍ୟାଣୀ ସେଠି ସମ୍ପୃକ୍ତ ନିଶାବେପାରୀ ର ଘରେପଶି ଏଗାରଲିଟର ସାତଶହ ମିଲିଲିଟର ବିଦେଶୀନକଲିମଦଯାହାର ଆନୁମାନିକ ମୂଲ୍ୟ ୮୧୯୦ ଟଙ୍କା ସହିତ ନଗଦ ୧୭୫୦ ଟଙ୍କା ଜବତ କରି ଆସାମୀକୁ ଗିରଫ କରିଥିଲେ | ତେବେ ଏହି ନକଲି ମଦକାରବାର ର ରାକେଟ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ କୋର୍ଟର ଅନୁମତି କ୍ରମେ ଆସାମୀକୁ ଅଟକ ରଖି ଘଟଣାର ଅନୁସନ୍ଧାନ ଜାରିରଖିଛି ତିର୍ତୋଲ ଅବକାରୀ ପୋଲିସ।

Leave a Reply

Your email address will not be published. Required fields are marked *