ନଟରାଜ କଳାନିକେତନ ପକ୍ଷରୁ ଅଡିସନ୍

ଫୋକସ ପ୍ଲସ(ବାଲିଆପାଳ)୧/୦୮/ ୨୦୨୨:ନଟରାଜ କଳାନିକେତନ ବାଲେଶ୍ଵର ପକ୍ଷରୁ ଆଜି ଲଙ୍ଗଳେଶ୍ଵର ରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଏକ ଅଡିସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ନୃତ୍ୟ,ସଙ୍ଗୀତ,ଏକକ ଅଭିନୟ ରେ ପିଲାମାନଙ୍କର ଥିବା ଟାଲେଣ୍ଟକୁ ଉପସ୍ଥିତ ଥିବା ଜୁରିମେମ୍ବର ମାନେ ଜଜ୍ କରିବା ସହିତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିକୁ ମାନପତ୍ର ମଧ୍ୟ ନଟରାଜ କଳାନିକେତନ ପକ୍ଷରୁ ପ୍ରଦାନ କରାଯାଇଥିଲା। ତେବେ ଏହି ପ୍ରତିଯୋଗିତାରେ ନୃତ୍ୟରେ ୧୫୦ ଜଣ ଗୀତରେ ୪୦ ଜଣ ଏକକ ଅଭିନୟ ରେ 30 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳାନିକେତନର ମୁଖ୍ୟ ରାଜେଶ ଦାସ୍ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିଲା ବେଳେ ତ୍ରୀଭୂବନ ପ୍ରଧାନ, ଅଜୟ ବେହେରା,ଅନୁପମା ମାଝୀ,ଭୈରବ ବେହେରା, ସୁଧାକର ଦାସ, ଦୋଳଗୋବିନ୍ଦ ବେହେରା ପ୍ରମୁଖ ବିଚାରକ ମଣ୍ଡଳୀ ଭାବରେ କାର୍ଯ୍ୟ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଜୟଦେବ ପଟ୍ଟାୟତ,ସୌମ୍ୟାକାନ୍ତି ଶତପଥୀ,ବିନୟ ଭୂୟାଁ, କୃଷ୍ଣ ପ୍ରୀୟା ଗିରି,କାରୁ ହେମ୍ବ୍ରମ, ଶ୍ରୀକାନ୍ତ ନାୟକ,ଧର୍ମାନନ୍ଦ ନାୟକ, ସ୍ବରୂପ ପରିଡା ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବସ୍ତା ଓ ବାଲିଆପାଳ ଅଞ୍ଚଳରୁ ପ୍ରତିଯୋଗିମାନେ ଭାଗ ନେଇଥିଲେ।

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ

Leave a Reply

Your email address will not be published. Required fields are marked *